ଭୁବନେଶ୍ୱର ,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ସିଂହଳ ଦେଶରେ ୧୨୭ ବର୍ଷ ତଳେ ବୋଧିସତ୍ୱ ଅନାଗରିକ ଧର୍ମପାଳଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବଭାରତୀୟ ମହାବୋଧି ସମିତିର ଅନ୍ତରାଷ୍ଟ୍ରୀୟ ସାଧାରଣ ପରିଷଦ ବୈଠକ ଆଜି କଲିକତାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ପରିଷଦ ବୈଠକରେ ୩ ବର୍ଷ ପାଇଁ ହୋଇଥିବା ନିର୍ବାଚନରେ ଓଡ଼ିଶା ଶାଖାର ବରିଷ୍ଠ ସଦସ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସର୍ବସମ୍ମତିକ୍ରମେ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡଃ ଜ୍ଞାନେନ୍ଦ୍ର ୧୯୮୩ ମସିହାରୁ ଭାରତ ମହାବୋଧି ସମିତି ଓଡ଼ିଶା ଶାଖା ସହ ଜଡ଼ିତ । ଉକ୍ରଳ କେଶରୀ ଡଃ ହରେକୃଷ୍ଣ ମହତାବ ସଭାପତି ଥିବା ସମୟରୁ ସେ ନିଷ୍ଠାର ସହ ଏହି ସଂସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରି ଚାଲିଛନ୍ତି । ଡ଼ଃ ଜ୍ଞାନେନ୍ଦ୍ର କଂଗ୍ରେସ ରାଜନୀତି ସହ ଘନିଷ୍ଠ ଭାବେ ଜଡ଼ିତ ଥିଲେ ମଧ୍ୟ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷାରେ କେବେ ଅବହେଳା କରନାହାଁନ୍ତି । ବୌଦ୍ଧ ଧର୍ମ ସଂସ୍ଥାକୁ ଛାଡ଼ି, ଆର୍ଯ୍ୟ ସମାଜ, ଦିବ୍ୟଜୀବନ ସଂଘ, ପୁରୀ ଶ୍ରୀ ଗୋବର୍ଦ୍ଧନ ପୀଠ, ପୂଜ୍ୟ ପୂଜକ ବାବା ବଳିଆଙ୍କ ପ୍ରତିଷ୍ଠିତ ଶିଶୁ ଅନନ୍ତ ଆଶ୍ରମ, ବାବା ବୈକୁଣ୍ଠ ନାଥଙ୍କ ସତ୍ୟସେବା ଆଶ୍ରମ ଭଳି ବହୁ ଧାର୍ମିକ ସଂସ୍ଥା ସହ ସେ ସୁସମ୍ପର୍କ ରକ୍ଷା କରିଛନ୍ତି । ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକଯୁବତୀଙ୍କ ବୈଦିକ ବିବାହ ଏକ ହଜାର ଟଙ୍କାରେ କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସର୍ବୋପରି ପୂଜ୍ୟପୂଜାର ଜଣେ ଉପାସକ ଭାବେ ଯୁବକ ଛାତ୍ରମାନଙ୍କ ପାଇଁ ସେ ପ୍ରେରଣା ଯୋଗାଉଛନ୍ତି । ଆଜିର ବୈଠକରେ ଓଡ଼ିଶାରୁ ଡଃ ବିମଳେନ୍ଦୁ ମହାନ୍ତି, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଅଶୋକ ନନ୍ଦ ପ୍ରମୁଖ ୧୭ଜଣ ଆଜୀବନ ସଦସ୍ୟ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …