Thursday , October 21 2021
Breaking News
Home / ତାଜା ଖବର / ଟ୍ରାକ୍ଟର ଚାପାରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ, ଉତେଜନା

ଟ୍ରାକ୍ଟର ଚାପାରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ, ଉତେଜନା

ଗଞ୍ଜାମ,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ବଡ଼ପଙ୍କଳବାଡିଗାଁରେ ଏକ ଟ୍ରାକ୍ଟର ଚାପାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ ଘଟିଛି । ମୃତ ଛାତ୍ରଙ୍କ ନାମ ପପୁ ପ୍ରଧାନ (୧୨) । ସେ ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବିଦ୍ୟାଳୟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯାହାକୁ ନେଇ ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର୍ ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଛାତ୍ରଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟିକୁ ପୋଲିସ୍ ଜବତ କରିଛି । ଏ ସଂକ୍ରାନ୍ତରେ ପୋଲିସରା ଥାନା ପକ୍ଷରୁ ୧୯୧/୧୯ ରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *