ଜଗତସିଂହପୁର,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ମଙ୍ଗଳବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସୁନେତ୍ର କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ଓ ଅପଥାଲମିକ ଆସିଷ୍ଟାଂଟଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ସାମିଲ କରି ଚକ୍ଷୁ ଚିକିତ୍ସା ଓ ଚଷମା ବଂଟନ କାର୍ଯ୍ୟ ସୁଚାରୁ ରୁପେ ସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁନେତ୍ର ଯୋଜନାରେ ବିରିଡି ବ୍ଲକର ପଂଚାୟତିରାଜ ହାଇସ୍କୁଲ,ଚିନ୍ତାମଣି ହାଇସ୍କୁଲ, କିସାନନଗର, ଅଳକା ହାଇସ୍କୁଲ,ବାଲିକୁଦା ବ୍ଲକର ବାଲିକୁଦା ସି.ଏଚ୍.ସି, ଓଷକଣା ହାଇସ୍କୁଲ, ରଘୁନାଥପୁର ବ୍ଲକର ରଘୁନାଥପୁର ୟୁ.ପି.ସ୍କୁଲ, ମହେଶ୍ୱ ର ବିଦ୍ୟାଭବନ, ଜଇପୁର, ଭଦ୍ରେଶ୍ୱର ହାଇସ୍କୁଲ,ସଦେଇପୁର,ନାଉଗାଁ ବ୍ଲକ ନାଉଗାଁ ସିଏଚ୍.ସି, ଜଗତସିଂହପୁର ବ୍ଲକର ପୁରୋହିତପୁର ନୋଡାଲ ହାଇସ୍କୁଲ, ମଣ୍ଡାସାହି ସି.ଏଚ.ସି ,କୁଜଙ୍ଗ ବ୍ଲକର କୁଜଙ୍ଗ ସି.ଏଚ୍.ସି,ଏନ୍.ଏ.ସି ହାଇସ୍କୁଲ, ପାରାଦ୍ୱୀପ,ଏରସମା ବ୍ଲକର ଏରସମା ସି.ଏଚ୍.ସି, ନୋଡାଲ ହାଇସ୍କୁଲ ଏରସମା, ତିର୍ତୋଲ ବ୍ଲକର ଚନ୍ଦ୍ରଶେଖର ଉ.ପ୍ରା ବିଦ୍ୟାଳୟ,ଏମ୍.ଏସ୍.ଏକାଡେମୀ, ତିର୍ତୋଲ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ସ୍କ୍ରିନିଂ କରାଯାଇ ଚକ୍ଷୁ ପରୀକ୍ଷା ଓ ଚଷମା ବଣନ କରାଯିବ । ରୋଗୀଙ୍କୁ ହେମୋଗ୍ଲୋବିନ ଓ ଆଲ୍ ବେଣ୍ଡାଜୋଲ ଟାବଲେଟ୍ ସଠିକ୍ ପରିମାଣରେ ବଂଟନ କରିବେ । ପ୍ରତ୍ୟେକ ସି.ଏଚ୍.ସିରେ ଠିକ୍ ସମୟରେ ଜନ୍ମ ମୃତୁ୍ୟ ପ୍ରମାଣପତ୍ର ପ୍ରଦାନ କରିବା ଚିକିତ୍ସାଳୟରେ ନିର୍ମାଣଧୀନ ଥିବା ଭିତିଭୂମି କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ବୈଠକରେ ଯୋଗଦେଇ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଗୁଂଜର କୁମାର ମହନ୍ତ ସ୍ୱାଗତ ଭାଷଣ ଓ ବୈଠକ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସେପ୍ଟମ୍ବର ୧୭ ତାରିଖରେ ବିଶ୍ୱରୋଗୀ ସୁରକ୍ଷା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଉପସ୍ଥିତ ଚିକିସôକ ଓ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ରୋଗୀ ଚିକିତ୍ସା ସମୟରେ ରୋଗୀମାନଙ୍କୁ ସଠିକ୍ ଔଷଧ,ସଠିକ ମାତ୍ରାରେ ସଠିକ୍ ରୋଗ ପାଇଁ ପରାମର୍ଶ ଦେଇ ରୋଗୀ ମାନଙ୍କର ଆଶୁ ଆରୋଗ୍ୟ କାମନା କରିବାକୁ ଶପଥ ପାଠ କରିଥିଲେ । ଏହି ବୈଠକରେ ପରିବାର କଲ୍ୟାଣ ଏ.ଡି.ପି.ଏଚ୍ .ଓ ଡଃ ବସନ୍ତ କୁମାର ବାରିକ ଯୋଗଦେଇ କହିଲେ ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରୁ ରୋଗୀ ସମସ୍ତ ଚିକିସାô ସୁବିଧା ପାଇବାର ନୈତିକ ଅଧିକାର ଅଛି । ଜାତି,ବର୍ଣ୍ଣ,ଧର୍ମ,ଲିଙ୍ଗ ନିର୍ବିଶେଷରେ ସମସ୍ତ ରୋଗୀ ସମାନ ସୁବିଧା ପାଇପାରିବେ । ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅର୍ଥର କୈାଣସି ପ୍ରତିବନ୍ଧକ ରହିବ ନାହିଁ । ନିରାମୟ ଯୋଜନାରେ ପ୍ରତ୍ୟେକ ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ମାଗଣାରେ ଯୋଗାଇ ଦିଆଯିବ । ଡାକ୍ତରମାନେ ରୋଗୀଙ୍କର ଉପଯୁକ୍ତ ଚିକିତ୍ସା ଦାୟିତ୍ୱ ସଂପାଦନ କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟ, ସମନ୍ୱିତ ଶିଶୁ ବିକାଶ, ୫ଟି ମନ୍ତ୍ର, ଆଶା, ନିୟମିତ ଟୀକାକରଣ, ରାଷ୍ଟ୍ରିୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଥିଲା । ଓଡ଼ିଶା ସମାଚାର
