Sunday , September 25 2022
Home / ବିଶେଷ / ଜିଲ୍ଲାପାଳ ଅଫିସ ସ୍ଥାନାନ୍ତକୁ ତୀବ୍ର ବିରୋଧ କରାଯିବ ! ବରିଷ୍ଠ ନାଗରିକମାନେ ଜିଲ୍ଲାପାଳଙ୍କୁ ଭେଟିଲେ

ଜିଲ୍ଲାପାଳ ଅଫିସ ସ୍ଥାନାନ୍ତକୁ ତୀବ୍ର ବିରୋଧ କରାଯିବ ! ବରିଷ୍ଠ ନାଗରିକମାନେ ଜିଲ୍ଲାପାଳଙ୍କୁ ଭେଟିଲେ

କେନ୍ଦ୍ରାପଡା,୧୭/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ସମ୍ପର୍କରେ ବିଭିନ୍ନ ଖବର ପ୍ରକାଶ ପାଇବା ପରେ ସେନେଇ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବାରୁ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ଆବାହକତ୍ୱରେ ଶନିବାର ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବରିଷ୍ଠ ନାଗରିକମାନଙ୍କ ଏକ ବୈଠକ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ସେହି ବୈଠକର ନିଷ୍ପତି ଅନୁଯାଇ ମଙ୍ଗଳବାର ଅପରାହ୍ନରେ ପୂର୍ବ ବୈଠକରେ ଗଠିତ ୧୫ ଜଣିଆ ପ୍ରତିନିଧିଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଅବଗତ ହେବା ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଏଭଳି ପ୍ରସ୍ତାବ ରହିଛି ବୋଲି ସୂଚନା ଦେବା ସହ ସେ ସମସ୍ତଙ୍କ ମତାମତକୁ ସମ୍ମାନ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ୃତି ଦେଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ତାହାର ତୀବ୍ର ବିରୋଧ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ନାଗରିକଙ୍କ ପ୍ରତିନିଧି ମଣ୍ଡଳି ମତବ୍ୟକ୍ତ କରିଥିଲେ । ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର କେନ୍ଦ୍ରାପଡାକୁ ଖଣ୍ଡବିଖଣ୍ଡିତ ହେବାକୁ ଦିଆଯିବ ନାହିଁ ବୋଲି ବରିଷ୍ଠ ନାଗରିକଙ୍କ ବୈଠକରେ ନିଷ୍ପତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନାରେ ପୂର୍ବତନ ନଗରପାଳ ବିଜୟ କୃଷ୍ଣ ସାହୁ, ମହମ୍ମଦ ଆକବର ଅଲ୍ଲୀ, ଆଇନଜୀବି ଉମେଶ ଚନ୍ଦ୍ର ସିଂ, ଧୃବ ଚରଣ ଜେନା, ବୈଦ୍ୟନାଥ ଚାଟାର୍ଜୀ, ସରୋଜରାଜ ସିଂ, ଅଧିକାରୀ ପ୍ରଭାତ ଦାସ, ଅତିରିକ୍ତ ପିପି ଗଗନବିହାରୀ ଜେନା, ଅଧ୍ୟାପକ ଅଜୟ ସାମଲ, ପୂର୍ବତନ କାଉନସିଲର ସୈାମେନ୍ଦ୍ର ପୃଷ୍ଟି, ମୁକ୍ତାର ଖାଁ, ଶରତ ବେହୁରା, କମଳାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୯୩ମ ସିହାରେ ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୁରୁଣା ବସଷ୍ଟାଣ୍ଡ ନିକଟରେ ସ୍ଥାନ ନିରୂପଣ କରାଯିବା ସହିତ ଶୁଭ ଦିଆଯାଇଥିଲା । ପ୍ରାୟ ବାରବର୍ଷରୁ ଉଦ୍ଧ୍ୱର୍ ହେବ ସେହି ସ୍ଥାନରେ ନବନିର୍ମିତ କାର୍ଯ୍ୟାଳୟ ଗୃହରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲିଆସୁଥିବା ବେଳେ ଏବେ ଯଦି ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ ତେବେ ତାହାର ତୀବ୍ର ବିରୋଧ କରାଯିବା ସହିତ ଆନ୍ଦୋଳନ ଜୋରଦାର କରାଯିବ ବୋଲି ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.

Total site visitors: 256048