Tuesday , October 19 2021
Breaking News
Home / ତାଜା ଖବର / କେନାଲରେ ବୁଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତୁ୍ୟ

କେନାଲରେ ବୁଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତୁ୍ୟ

ଯାଜପୁର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)-କେନାଲରେ ବୁଡି ଜଣେ ୪ର୍ଥ ଶ୍ରେଣୀ ଛାତ୍ରର ମୃତୁ୍ୟ ବେଶ୍ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । ବିଂଝାରପୁର ଥାନା କପିଳା ମାନ୍ଧାତାପାଟଣା ନିକଟସ୍ଥ କେନାଲରେ ଏହି ଅଘଟଣ ଘଟିଛି । ମୃତକ ହେଲେ ବିଦ୍ୟାଧର ମଲ୍ଲିକଙ୍କ ପୁଅ ରାଜା । ଗାଁର କିଛି ପିଲାଙ୍କ ସହ କେନାଲରେ ଗାଧୋଉଥିବା ବେଳେ ରାଜାଙ୍କ ଗୋଡ ଖସିଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ କେତେକ ପିଲା ଯାଇଥିଲେ ହେଁ ଉଦ୍ଧାର କରିପାରିନଥିଲେ । ଏ ନେଇ ବିଂଝାରପୁର ଦମକଳ ବାହିନିକୁ ଖବର ଦିଆଯାଇଥିଲା । ଦମକଳ ବାହିନି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ମୃତ ଦେହକୁ ଉଦ୍ଧାର କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ଏ ନେଇ ବିଂଝାରପୁର ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକ ରାଜା ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତପୁର ନୂତନ ଶିଳ୍ପାଞ୍ଚକରେ ଥିବା ଅଗରବତୀ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

କଟକ୧୭/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚକରେ ଥିବା ଏସ ଏସ ଏଣ୍ଟରପ୍ରାୟଜେସ , ମଙ୍ଗଲଦୀପ ଅଗର …

Leave a Reply

Your email address will not be published. Required fields are marked *