Thursday , September 28 2023
Home / ବିଶେଷ / ଗୋରଖନାଥ ପିଠ ; କୋଟି କୋଟି ଟଙ୍କା ଗଛିତ ଥାଇ ହୋଇପାରୁନି ପିଠର ଉନ୍ନତି , ଅବହେଳୀତ ଅବସ୍ଥାରେ ପଡ଼ି ରହିଛି ହନୁମାନ ଓ ଗଣେଶ ମୂର୍ତି, ଭକ୍ତ ଙ୍କ ପାଇଁ ନାହିଁ ଯାତ୍ରୀ ନିବାସ

ଗୋରଖନାଥ ପିଠ ; କୋଟି କୋଟି ଟଙ୍କା ଗଛିତ ଥାଇ ହୋଇପାରୁନି ପିଠର ଉନ୍ନତି , ଅବହେଳୀତ ଅବସ୍ଥାରେ ପଡ଼ି ରହିଛି ହନୁମାନ ଓ ଗଣେଶ ମୂର୍ତି, ଭକ୍ତ ଙ୍କ ପାଇଁ ନାହିଁ ଯାତ୍ରୀ ନିବାସ

–   ବନ୍ଦ କୋଠରୀ ରେ  ହନୁମାନ ମୂର୍ତି

ରଘୁନାଥପୁର,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପିଠ ସର୍ବଦା ଚଳ ଚଂଚଳ ।  ଦୈନନ୍ଦିନ ଶହଶ୍ରାଧିକ ଭକ୍ତ ପିଠକୁ ଆଗମନ କରିଥାନ୍ତି । ତେବେ ଗତ ୨୦୦୭ ରେ ଗ୍ରାମବାସୀଙ୍କ ଅଧିନରୁ ଗୋରଖନାଥ ପିଠ ଟ୍ରଷ୍ଟ ଅଧିନକୁ ଚାଲିଯିବା ପରେ  ଏହାର କୌଣସି ଉନ୍ନତିକରଣ କାର୍ଯ୍ୟ କରାଯାଉନାହିଁ । ଭକ୍ତ ଙ୍କ ଦାନ ତଥା ଅନ୍ୟାନ୍ୟ ପ୍ରକି୍ରୟାରେ  ୧୦ କୋଟି ଟଙ୍କା ଗଛିତ ଥାଇ ମଧ୍ୟ କୌଣସି ଆଖି ଦୃଷ୍ଟିଆ ଉନ୍ନତି ହୋଇପାରୁନାହିଁ । ଇଛା ଶନ୍ତିର ଅଭାବ ଯୋଗୁ ବିଭିନ୍ନ ସମୟରେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ରିଜଲ୍ୟୁସନ ମାଧ୍ୟମରେ ଦିଆଯାଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଯାହାକି ସ୍ଥାନୀୟ ଅଂଚଳବାସୀ ଓ ପିଠକୁ ଆସୁଥିବା ଭକ୍ତଙ୍କୁ ବ୍ୟଥିତ କରିବା ସହ ପିଠ ମଧ୍ୟକୁ ଆସୁଥିବା ଆଗନ୍ତୁକ ସଂଖ୍ୟାରେ ପ୍ରଭାବ ପଡ଼ୁଛି । ଏହା ଚିନ୍ତାର ବିଷୟ ହୋଇଥିବାବେଳେ ପାରିପାଶ୍ୱିର୍କ ବ୍ୟବସାୟ ଉପରେ ମଧ୍ୟ ବାଧକ ସାଜୁଛି ।  ପିଠ ପରିସରରେ ହନୁମାନ ମନ୍ଦିର ଶେଷ ହୋଇସାରିଥିବାବେଳେ ୭ ବର୍ଷ ତଳୁ ହନୁମାନ ମୂର୍ତି ଏକ ବନ୍ଦ କୋଠରୀ ରେ ପଡ଼ି ରହିଛି ।

ଏହି ବନ୍ଦ କୋଠରୀ ରେ  ହନୁମାନ ମୂର୍ତି

ସେହିପରି ଏକ ଗଣେଷ ମୂର୍ତି ଖରା ବର୍ଷା ଖାଇ ୩ ବର୍ଷ ତଳୁ ପୋଖରୀ ନିକଟରେ ରହିଛି ।  ଏହାର ସୁବ୍ୟବସ୍ଥା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ଯାତ୍ରୀ ନିବାସର ଆବଶ୍ୟକତା ଥିବାବେଳେ ଏହା ମଧ୍ୟ କରାଯାଉନାହିଁ ।  ନିଲାମପ୍ରାପ୍ତ ଭୋଗ ଓ ଦୀପ ଦୋକାନ ଘର ଅସୁରକ୍ଷିତ ଥିବା ଏବଂ ଏହାର ସ୍ଥାନାନ୍ତରଣ ପାଇଁ ଟ୍ରଷ୍ଟ ବୋର୍ଡ଼ ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଏହା ପରିସରର ମଧ୍ୟ ଭାଗରେ ରହି ଭକ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ।  ସେହିପରି ପିଠ ପରିସରର  ଶୋଭା ବର୍ଦ୍ଧିତ ତଥା ଚଟାଣକୁ ଉଚା କରାଯିବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ପିଠ ପରିସରରେ ଥିବା ପୋଖରୀର ପୁନରୁଦ୍ଧାର, ପ୍ରସାଦ ମଣ୍ଡପ ସ୍ଥାପନ, ପଦ ପ୍ରକ୍ଷାଳନ,  ଝୁଲଣ ମଣ୍ଡପର ଉନ୍ନତି, ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରଙ୍ଗ   ଲେପନ , ପାଦୁକ କୁଣ୍ଡର ଆଧୁନୀକିକରଣ  , ଟ୍ରଷ୍ଟବୋର୍ଡ଼ ଅଫିସ ସଭା ଗୃହ ନିର୍ମାଣ ଓ ପିଠ ପରିସରରେ ଶୋଭା ବର୍ଦ୍ଧନ ପାଇଁ ଯଥେଷ୍ଟ ଆବଶ୍ୟକତା ରହିଥିବାବେଳେ ଦେବୋତର ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇ ପଡ଼ିଛି । ସେହିପରି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସ୍ୱଳ୍ପ ମୂଲ୍ୟରେ ପ୍ରସାଦ ଯୋଗାଇବା ବ୍ୟବସ୍ଥା ହେବାର ଥିବାବେଳେ  ମନ୍ଦିର ପୂଜକଙ୍କ ଆପତି ଯୋଗୁ ତାହାକୁ ଜିଲାପାଳ ସ୍ଥଗିତ ରଖିଛନ୍ତି । ତେବେ ନନେଇ ଅଧିକ ତର୍ଜମାର ଆବଶ୍ୟକତା ରହିଛି ବୋଲି ଯାତ୍ରୀମାନେ ମତ ପ୍ରକାଶ କରିଛନ୍ତିା ଏଥିପ୍ରତି ଦେବୋତର କମିଶନର ଦୃଷ୍ଟି ଦେଇ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ରିଜଲ୍ୟୁସନ ଜରିଆରେ ଦିଆଯାଉଥିବା ପ୍ରସ୍ତାବକୁ  କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବି ହେଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *