ବାଲେଶ୍ୱର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲ୍ଲା ଲୁଣିଆଯୋଡି ବ୍ରିଜ୍ମୁକେଶ୍ୱରଦ୍ୱାର ନିକଟରୁ ଗତକାଲିସହଦେବଖୁଂଟା ପୋଲିସ ୩୦୦ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ।ଜବତ ବ୍ରାଉନସୁଗାରର ଆନୁମାନିକମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଏହିଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତଙ୍କ ନିକଟରୁ ୯ ଲକ୍ଷ ୪୪ହଜାର ଟଙ୍କା ଜବତ ହୋଇଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଅଂଚଳର ହୋଇଥିବା ବେଳେ କିଙ୍ଗପିନ୍ କୁହାଯାଉଥିବା ହାଇଦରଅଲ୍ଲୀର ଘର ବାଲେଶ୍ୱର ସହଦେବଖୁଂଟା ଥାନା ଅନ୍ତର୍ଗତ ଅରଡ଼ ବଜାର ଅଂଚଳରେ ବୋଲି ଜିଲ୍ଲାଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋରସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ମାନେ େଉଛନ୍ତି ପିତାମ୍ବର ରାଣା, ଭବାନୀପ୍ରସାଦ ସ୍ୱାଇଁ ଓ ସେକ୍ ହାଇଦର ଅଲୀ । ଓଡ଼ିଶା ସମାଚାର