ପାରାଦ୍ୱୀପ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ନିକଟସ୍ଥ ଭୁତମୁଣ୍ଡାଇ ଠାରେ ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟଦାବିରେ ଆଂଚଳିକ ସୁରକ୍ଷା ସମିତି (ଏଏସଏସ୍) ଆସନ୍ତା ଅକ୍ଟୋବର ୨୩ରେ ଭୁତମୁଣ୍ଡାଇ ଠାରୁ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ଆନ୍ଦୋଳନର ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ଏଏସଏସ୍ ପକ୍ଷରୁ କୁଜଙ୍ଗ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଆନୁମାନିକ ଦଶହଜାର ଲୋକ ଏକାଠି ହୋଇଥିଲେ । ଏହି ସଭାରେ ସମିତିର ଆବାହକ ରଘୁନାଥ ସାହୁ, ଶ୍ରୀବଲ୍ଲଭ କର, ପ୍ରମୋଦ ଜେନା, ସଞ୍ଜୟ ସ୍ୱାଇଁ, ସଞ୍ଜୟ ବେହେରା, ବାବୁରାମ ଚୌଧୁରୀ, ପ୍ରକାଶ ତି୍ରପାଠୀ, ନୃସିଂହ ଦାଶ, ଦେବବାଳା ମହାପାତ୍ର, ମିନର୍ଭା ପରିଡା, ଜାନକୀ ମହାରଥା, ରୋଜାଲିନ ମହାପାତ୍ର, ଏବଂ ଅନ୍ୟମାନେ ଉପସ୍ଥିତ ରହି ଭାଷଣ ଦେଇଥିଳେ । ତେବେ ଏହି ଆନ୍ଦୋଳନକୁ ସ୍ଥାନୀୟ ୧୫ଟି ପଂଚାୟତର ସରପଂଚଙ୍କ ସମେତ ବହୁ ବୁଦ୍ଧିଜିବୀ ସମର୍ଥନ ଜଣାଇଥିବାର ଜଣାପଡିଛି । ଓଡ଼ିଶା ସମାଚାର