Tuesday , October 26 2021
Breaking News
Home / ବିଶେଷ / ମଙ୍ଗୁ ମଠ ଉଚ୍ଛେଦ ନକରିବାକୁ ନବୀନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମଙ୍ଗୁ ମଠ ଉଚ୍ଛେଦ ନକରିବାକୁ ନବୀନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)-ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ନବୀନଙ୍କୁ ଏକ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ ଐତିହ୍ୟ ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ତେଣୁ ଏହାକୁ ସ୍ମାରକୀ ଭାବେ ବିବେଚନା କରି ସୁରକ୍ଷା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ କ୍ରମରେ ମଙ୍ଗୁ ମଠ ଭାଙ୍ଗିବା ନିଷ୍ପତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି ଶ୍ରୀ ସିଂହ । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ସହ ମଠର ଗାଦିସ୍ଥଳ, ଦେବସ୍ଥଳକୁ ସୁରକ୍ଷା ଯୋଗାଇଦେବାକୁ ସେ ଦାବି କରିଛନ୍ତି ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ମଙ୍ଗୁ ମଠର ଐତିହ୍ୟକୁ ଅକ୍ଷୂର୍ଣ୍ଣ ରଖାଯିବ । ସେହିପରି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ ଓଡିଶାର ସାଂସଦ ପିନାକୀ ମିଶ୍ର ଦେଇଥିବା ମନ୍ତବ୍ୟକୁ ପଂଜାବ ମୁଖ୍ୟମନ୍ତ୍ରୀ ବିଚାରକୁ ନିଅନ୍ତୁ । ଉପଯୁକ୍ତ ନିରୀକ୍ଷଣ କରି ନିଷ୍କର୍ସ ବାହାର କରନ୍ତୁ । ସାଂସଦ କହିଥିଲେ ଯେ ମଠ ମନ୍ଦିର ଭଙ୍ଗାଯାଉ ନାହିଁ , କେବଳ ବ୍ୟବସାୟିକ ପ୍ରତିଷ୍ଠାନ ଭଙ୍ଗାଯାଉଛି । ସୂଚନା ଯୋଗ୍ୟ ଯେ, ଶିଖ୍ ଧର୍ମର ପ୍ରବର୍ତକ ଗୁରୁ ନାନକଙ୍କର ପୁଅ ଶ୍ରୀ ଚାନ୍ଦ ୧୫୨୫ ମସିହାରେ ଶ୍ରୀକ୍ଷେତ୍ରକୁ ଆସି ଏହି ମଠ ପ୍ରତିଷ୍ଠା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *