ଗରଦପୁର,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପଳସୁଧା ପଂଚାୟତ ଅନ୍ତର୍ଗତ ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧୫୬ ଜଣ ଛାତ୍ର ଛାତ୍ରୀଙ୍କୁ ୨ ହଳ ପୋଷାକ ଓ ୧ ହଳ ଯୋତା ପ୍ରଦାନ କରାଯାଇଥିଲା । ପଳସୁଧା ପଂଚାୟତର ସରପଂଚ ଅନୁଜ କୁମାର ମହାନ୍ତି, ବିଦ୍ୟାଳୟର ସଭାପତି ସୁଧାଂଶୁ ଶେଖର ମହାନ୍ତି , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁରୁପ୍ରସାଦ ପରିଜା ,ଶିକ୍ଷକ ମହମ୍ମଦ ସାକିର ଅହମ୍ମଦ,ସୁଶାନ୍ତ କୁମାର ଦାସ,ନଗେନ୍ଦ୍ର ବେହେରା,ଅମି୍ରତା ମହାପାତ୍ର,ରଶ୍ମିରେଖା ଦାସ,ସ୍ମିତା ସ୍ୱାଇଁ,କୁନୁଶ୍ରୀ ବେହେରା,ସୋହେଲ ଆଜିଜ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର