Sunday , October 1 2023
Home / ବିଶେଷ / ନୃସିଂହନାଥ ମହିଳା ସ୍ୱୟଂ ସହାୟକ ଗୃପ୍ ପକ୍ଷରୁ ଗ୍ରାମ ସଫେଇ ସ୍ୱଛ ଭାରତ କାର୍ଯ୍ୟକ୍ରମ

ନୃସିଂହନାଥ ମହିଳା ସ୍ୱୟଂ ସହାୟକ ଗୃପ୍ ପକ୍ଷରୁ ଗ୍ରାମ ସଫେଇ ସ୍ୱଛ ଭାରତ କାର୍ଯ୍ୟକ୍ରମ

ଗରଦପୁର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)- ବର୍ତମାନ ବର୍ଷା ଋତୁ ଚାଲିଛି । ଗ୍ରାମରେ ଥିବା ରାସ୍ତା ଘାଟକୁ ପାଶ୍ୱର୍ ଚଛ ଲତା ମାଡ଼ିଯାଇ ରାସ୍ତା ଘାଟ ସଙ୍କୁଚିତ ହୋଇଥିବାବେଳେ ମଶାବଂଶ ବୃଦ୍ଧି ଆଶଙ୍କା ଦେଖାଦେଇଥିଲା । ଏହି ପରିପ୍ରେକ୍ଷିରେ ଗ୍ରାମରେ ଥିବା ନୃସିଂହନାଥ ମହିଳା ସ୍ୱୟଂ ସହାୟକ ଗୃପ୍ ପକ୍ଷରୁ ରବିବାର ଦିନ ଗ୍ରାମ ସଫେଇ ସ୍ୱଛ ଭାରତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ଓଝା ଓ ସମ୍ପାଦିକା ମୋନାଲିସା ବେହେରା ଙ୍କ ନେତୃତ୍ୱରେ ମୀନତୀ ଓଝା,ସୁମିତ୍ରା ଓଝା,ରଙ୍ଗଲତା ଓଝା,ଧିରୀ ଓଝା,ଲୋଚନବାଳା ଓଝା,ସ୍ୱର୍ଣ୍ଣପ୍ରଭା ଦାସ,ଗୀତାଂଜଳୀ ଦାସ,ବିମଳା ବେହେରା,କାଂଚନ ସ୍ୱାଇଁ,କାଂଚନବାଳା ଓଝା,ବନିତା ଓଝା ପ୍ରମୁଖ ଗ୍ରାମ ରାସ୍ତା ସଫେଇ କରିଥିଲେ । ରାସ୍ତାକୁ ମାଡ଼ି ଆସି ରାସ୍ତାକୁ ସଙ୍କୁଚିତ କରୁୁଥିବା ଗଛ ଡ଼ାଳ ଗୁଡ଼ିକୁ କାଟି ଥିଲେ । ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମର ମହିଳା ମାନଙ୍କର ଏହି କାର୍ଯ୍ୟକ୍ୁ ଗ୍ରାମରେ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *