Wednesday , October 4 2023
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ ଏକାଉଂଟକୁ ଫେରିଲା ଲୁଟ୍ ୬୦ ଲକ୍ଷ ଟଙ୍କା

ଜିଲ୍ଲାପାଳଙ୍କ ଏକାଉଂଟକୁ ଫେରିଲା ଲୁଟ୍ ୬୦ ଲକ୍ଷ ଟଙ୍କା

ଭୁବନେଶ୍ୱର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)- ଅନୁଗୋଳ ଜିଲ୍ଲାପାଳଙ୍କର ବ୍ୟାଙ୍କ ଏକାଉଂଟରୁ ଜାଲିଆତି କରି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଏଚଡିଏଫସି ବ୍ୟାଙ୍କ ଅନୁଗୋଳ ଶାଖାର ପୂର୍ବତନ ମ୍ୟାନେଜର ଶକ୍ତି ବେଦାନ୍ତ ଦାଶଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି । ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ସୂଚନା ଅନୁସାରେ, ୨୦୧୭-୧୮ ରେ ତକ୍ରାଳୀନ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ୍ କରାଯାଇ ତାଙ୍କ ଏଳାଉଂଟରୁ ୬୦ ଲକ୍ଷ ଟଙ୍କା ଉଠାଯାଇଥିଲା । ଏକ ଘରୋଇ କମ୍ପାନୀ ତା’ର ସିଏସଆର ପାଇଁ ଏହି ଟଙ୍କା ଜମା କରିଥିଲା । ୮ଟି ଚେକ୍ ରେ ଗିରଫ ଅଭିଯୁକ୍ତ ଏହି ଟଙ୍କା ଉଠାଇଥିଲେ । ଏନେଇ ଥାନାରେ ଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା । ଯାହା ଫଳରେ ସମ୍ପୃକ୍ତ ବ୍ୟାଙ୍କ କଳାତାଲିକାଭୁକ୍ତ ହୋଇଯିବାର ଭୟରେ ଲୁଟ୍ ହୋଇଥିବା ଟଙ୍କା ପୁର୍ନବାର ଜିଲ୍ଲାପାଳଙ୍କ ଏଳାଉଂଟରେ ଡିପୋଜିଟ୍ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *