Tuesday , September 27 2022
Breaking News
Home / ବିଶେଷ / ଜଗତସିଂହପୁରରେ ଦୁର୍ଗାପୂଜା,ରାବଣ ପୋଡି ଓ ଭସାଣୀ ଉତ୍ସବ  ପାଳନ ନିମନ୍ତେ  ପ୍ରସ୍ତୁତି ବୈଠକ     

ଜଗତସିଂହପୁରରେ ଦୁର୍ଗାପୂଜା,ରାବଣ ପୋଡି ଓ ଭସାଣୀ ଉତ୍ସବ  ପାଳନ ନିମନ୍ତେ  ପ୍ରସ୍ତୁତି ବୈଠକ     

ଜଗତସିଂହପୁର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)- ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଆଗାମୀ ଦଶହରା ପର୍ବ,ରାବଣ ପୋଡି ଓ ଭସାଣୀ ଉତ୍ସବ  ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରା ସଂଗ୍ରାମ କେଶରୀ ମହାପାତ୍ର କହିଲେ ଚଳିତ ବର୍ଷ ଅକ୍ଟୋବର ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ପୈାର ପରିଷଦ ଅଂଚଳରେ ଦୁର୍ଗାପୂଜା ପାଳନ କରାଯିବ । ଏହି ଉସôବକୁ ଶାନ୍ତି ଶୃଙ୍ଖଳା ଓ ଉତ୍ସ।ହ ଉଦ୍ଧିପନାର ସହିତ ପାଳନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ,ସହରର ବରିଷ୍ଠ ନାଗରୀକ,ସମସ୍ତ ମେଢର କର୍ମକର୍ତା ମାନଙ୍କର ସହ ଯୋଗ   କାମନା କରିଥିଲେ । ବୈଠକରେ ନିଷ୍ପତି ଅନୁଯାୟୀ ରାବଣ ପୋଡି ଅକ୍ଟୋବର ୮ତାରିଖରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପଡିଆରେ ବିନା ଆତସବାଜୀରେ ଅନୁଷ୍ଠିତ ହେବ । ସେହିପରି ଭସାଣୀ ଉସôବ ଅକ୍ଟୋବର ୯ ତାରିଖରେ ଅନୁଷ୍ଠିତ ହେବ । ମୂର୍ତି ବିସର୍ଜନ ନିମନ୍ତେ ଗାଲୁପଡା,ପୁରୋହିତପୁର ଏବଂକଲେଜ ଛକ ଠାରୁ ଷ୍ଟାଡିୟମ୍ ରାସ୍ତାରେ ୪ଟି ଅସ୍ଥାୟୀ ପୋଖରୀ ଖନନ କରାଯିବ । ନିର୍ବାହୀ ଯନ୍ତ୍ରୀ ଜଳସଂପଦ ରାସ୍ତା ଓ ଗୃହ ଗ୍ରାମ୍ୟ ଉନ୍ନୟନ ଓ ଡ୍ରେନେଜ ପୋଖରୀ କାର୍ଯ୍ୟ ସଂପାଦନ କରିବେ । ଟ୍ରାଫିକ୍ ନିୟନ୍ତ୍ରଣ,ପୋଲିସ ମୃତୟନ ଓ ଅସ୍ଥାୟୀ ପୋଲିସ ଶିବିର ଦାୟିତ୍ୱ  ଆରକ୍ଷୀ ଅଧିକ୍ଷକ ସମ୍ପାଦନ କରିବେ । ଟାଉନ ହଲ ଠାରୁ ଦଶନମ୍ବର,ପୁରୋହିତପୁର ଛକ ଠାରୁ ଜିଲ୍ଲାପାଳଙ୍କ ଅଫିସ ଏବଂ ଅଟାମଳା ଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ କଟା କାମ  ପୂର୍ତ ବିଭାଗ ସଂପାଦନ କରିବ । ବିରିଡି ଠାରୁ ସର୍କିଟ୍ ହାଉସ ରାସ୍ତା ଜାତୀୟ ରାଜପଥ,ଆଳିପିଙ୍ଗଳରୁ ପୋଷ୍ଟ ଅଫିସ ରାସ୍ତା,ପୂର୍ତ ବିଭାଗ,ଦଶନମ୍ବର ଠାରୁ ଚାଟରା ବ୍ରିଜ୍ କେନାଲ ବନ୍ଧ ରାସ୍ତା ଜଳସଂପଦ ବିଭାଗ,ଜିରା ଠାରୁ ଚର୍ଚ୍ଚିକା ବଜାର ରାସ୍ତା,ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଓହଳ ଠାରୁ କୋର୍ଟ ଛକ ରାସ୍ତା ମରାମତି ନିର୍ବାହୀ ଅଧିକାରୀ ପୈାର ପରିଷଦ ସଂପାଦନ କରିବେ  । ଅସ୍ଥାୟୀ ପୋଖରୀରୀରୁ ବିସର୍ଜିତ ସାମଗ୍ରୀ ବାହାର କରିବା,ପୋଖରୀ ଜଳକୁ ଚୂନ ପକାଇ ବିଶୋଧନ କରିବା,ପୋଖରୀ ନିକଟରେ ଡଷ୍ଟବିନ୍ ରଖିବା,ବିସର୍ଜନ ସ୍ଥଳୀରେ ଆଲୋକ ବ୍ୟବସ୍ଥା କରିବା,ମେଲଣ  ପଡିଆରେ ଆଲୋକ ବ୍ୟବସ୍ଥା କରିବା ସହିତ ୪ଟି ଜେନେରେଟର ରଖିବା ପାଇଁ ନିର୍ବାହୀ ଅଧିକାରୀ ପୈାର ପରିଷଦ ବ୍ୟବସ୍ଥା ଗ୍ରହଣ କରିବେ । ବୈଠକରେ ନିରବଛିନ୍ନ ବିଦୁ୍ୟତ୍ ଯୋଗାଣ,ଆବଶ୍ୟକ ସ୍ଥଳେ ଟେଲିଫୋନ୍ ତାର ଅପସାରଣ,ରାବଣ ପୋଡି ଓ ଭସାଣୀ ଉସôବ ଦିନ ମେଲଣ ପଡିଆରେ ଓ ଅସ୍ଥାୟୀ ପୋଖରୀ ନିକଟରେ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର,ପାନୀୟ ଜଳ ଟ୍ୟାଙ୍କର ରଖିବା,ସହରରେ ପାଣି ଟ୍ୟାପ୍ ମରାମତି,ରାବଣ ପୋଡି ଓ ଭସାଣୀ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ,ଦୁର୍ଗାପୂଜା ସମୟରେ ଡିଜେ ସାଉଣ୍ଡ ବାଜିବ ନାହିଁ । ମେଲଣ ପଡିଆ ଓ ବିସର୍ଜନ ସ୍ଥଳରେ ଦମକଳ ଗାଡି ରଖିବା ସଂପର୍କରେ ଆଲୋଚନା ହୋଇଥିଲା । ଦୁର୍ଘଟଣା ରୋକିବା ନିମନ୍ତେ ସମସ୍ତ ଛକରେ ବକର ରଖିବା ପାଇଁ ଆର.ଟି.ଓ ଏବଂ ପ୍ରତ୍ୟେକ ମେଢ଼ର ବିଦୁ୍ୟତ୍ ସଂଯୋଗ ଠିକ୍ ଅଛି କି ନାହିଁ,ସେ ସଂପର୍କରେ ବିଦୁ୍ୟତ୍  ଇନିସପେକ୍ଟର ପ୍ରମାଣପତ୍ର ଦେବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପୂର୍ଣ ଚନ୍ଦ୍ର ପ୍ରଧାନ, ଉପଖଣ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ୍ , ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ସମସ୍ତମେଢର କର୍ମକର୍ତା,ଶାନ୍ତି କମିଟି ସଦସ୍ୟ, ବୁଦ୍ଧିଜୀବି, ବିଭାଗୀୟଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ କାର୍ଯ୍ୟସୂଚୀ ଅନୁଯାୟୀ ବିବରଣୀ ପାଠ କରିଥିଲେ କରିଥିଲେ ଓ  ଶେଷରେ ଧନ୍ୟବାଦ   ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.