Sunday , October 1 2023
Home / ବ୍ୟବସାୟ ବାଣିଜ୍ୟ / କୋଲକାତା ପେଟ୍ରୋକେମ୍ରେ ଓଡ଼ିଶା ପ୍ରତିନିଧି ଦଳ

କୋଲକାତା ପେଟ୍ରୋକେମ୍ରେ ଓଡ଼ିଶା ପ୍ରତିନିଧି ଦଳ

ପୁଞ୍ଜିନିବେଶ ପାଇଁ ଶିଳ୍ପସଂସ୍ଥାଙ୍କୁ ଆମନ୍ତ୍ରଣnଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ପ୍ରତିନିଧି ଦଳ କୋଲକାତାଠାରେ ଅନୁଷ୍ଠିତ ପେଟ୍ରୋକେମ୍-୨୦୧୯ରେ ଯୋଗଦେଇ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ସିଏଟ୍, ହାରସ୍ପେଟ୍, ଗ୍ଲେନ୍ ଆଦି ପ୍ରମୁଖ ଶିଳ୍ପ ସଂସ୍ଥାଙ୍କୁ ଆମନ୍ତ୍ରଣ କରିଛନ୍ତି । ଭାରତୀୟ ବାଣିଜ୍ୟ ସଂଘ ତରଫରୁ ଆୟୋଜିତ ‘ଆଗାମୀ ଭବିଷ୍ୟତରେ ପେଟ୍ରୋକେମିକାଲ ବ୍ୟବସାୟ ଅଭିବୃଦ୍ଧି’ ଶୀର୍ଷକ ପେଟ୍ରୋକେମ୍-୨୦୧୯ରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପବିଭାଗର ସ୍ୱତନ୍ତ୍ର ସଚିବ ଡ. ନୀତେନ ଭାନୁଦାସ ଜୱାଲେଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରତିନିଧି ଦଳ ଯୋଗଦେଇଛନ୍ତି । ଗତକାଲିଏହି ପ୍ରତିନିଧିମାନେ ଓଡ଼ିଶାରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ନେଇ ସିଏଟ୍, ହାରସ୍ପେଟ୍,ଗ୍ଲେନ୍ ଆଦି ପ୍ରମୁଖ ଶିଳ୍ପ ସଂସ୍ଥାରପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ।ଅର୍ଥନୈତିକ ଉନ୍ନତି ସହିତ କର୍ମନିଯୁକ୍ତି ସୃଷ୍ଟି ଦିଗରେ ଡାଉନ୍ଷ୍ଟ୍ରିମ୍ ପେଟ୍ରୋକେମିକାଲୟୁନିଟ୍ଗୁଡ଼ିକର କିଭଳି ବିକାଶ ହୋଇପାରିବ ସେହି ଲକ୍ଷ୍ୟ ନେଇ ଏହି ପେଟ୍ରୋକେମ୍-୨୦୧୯ ଅନୁଷ୍ଠିତ ହୋଇଥିଲା । ଏଥିରେପଶ୍ଚିମବଙ୍ଗର ସମସ୍ତ ପ୍ରମୁଖ ପ୍ଲାଷ୍ଟିକ୍ ଏବଂ ପେଟ୍ରୋକେମିକାଲ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ । କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦେଇ ଯୋଜନା ପ୍ରସ୍ତୁତ କଲେ ପେଟ୍ରୋକେମିକାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ସେକ୍ଟରଗୁଡ଼ିକର ବିକାଶ ସମ୍ଭବପର ହୋଇପାରିବ, ସେ  ହଳଦିଆପେଟ୍ରୋକେମିକାଲସ୍, ଗେଲ୍ ପ୍ରଭୃତି ପ୍ରମୁଖଉଦ୍ୟୋଗଗୁଡ଼ିକ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଡ. ଜୱାଲେ ଡାଉନମ୍ ପେଟ୍ରୋକେମିକାଲ୍ ୟୁନିଟ୍ର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିବେଶ ଅନୁକୂଳ ବାତାବରଣ ପ୍ରସ୍ତୁତ କରାଯାଇଥିବା ବିଧିବଦ୍ଧ ବ୍ୟବସ୍ଥାର କେତେକ ପ୍ରମୁଖ ଦିଗ ସମ୍ପକୟଙ୍କର ଆଲୋକପାତ କରିଥିଲେ । ରାଜ୍ୟରେ ପ୍ରସ୍ତାବିତ ହଳଦିଆ ପେଟ୍ରୋକେମିକାଲ ଦ୍ୱାରା ପୁଞ୍ଜିନିବେଶ ଏବଂ ଭାରତ ତୈଳ ନିଗମର ସଂପ୍ରସାରଣ ଯୋଜନା ଓ ଏଥିରୁ ଉତ୍ପାଦିତ କଞ୍ଚାମାଲ ରାଜ୍ୟରେ ଆଗାମୀ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବା ସହ ଅନୁକୂଳ ଶିଳ୍ପ ପରିବେଶ ଆଣିଦେବ । ସହରୀକରଣ ବୃଦ୍ଧି ଓ ଅର୍ଥ ବ୍ୟବସ୍ଥାର ବିକାଶ ସହିତ ପେଟ୍ରୋକେମିକାଲ୍ର ମହ୍ୱପୂର୍ଣ୍ଣ ବିକାଶ ଦେଖିବା ଆବଶ୍ୟକ ହୋଇପଡ଼ିଛି । ୨୦୩୧-୩୨ ମସିହା ସୁଦ୍ଧା ପୂର୍ବ ଭାରତର ଅର୍ଥନୀତି ୦.୫ ଟ୍ରିଲିୟନ୍ରୁ ୨.୫ ଟ୍ରିଲିୟନ୍ ଡଲାରକୁ ବୃଦ୍ଧି ପାଇବ ବୋଲି ଅଟକଳ କରାଯାଇଛି । ପୂର୍ବ ଭାରତର ବିକାଶ ଦିଗରେ ପେଟ୍ରୋକେମିକାଲ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯେଉଁଥିରେ ଓଡ଼ିଶା ମଧ୍ୟ ପ୍ରମୁଖ ଅଂଶୀଦାର ରାଜ୍ୟ ଭାବେ ଉଭାହେବ ବୋଲି ସେ କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *