Tuesday , October 26 2021
Breaking News
Home / ବିଶେଷ / ସ୍ୱାଇନ୍ ଫ୍ଲୁ ଆଶଙ୍କା

ସ୍ୱାଇନ୍ ଫ୍ଲୁ ଆଶଙ୍କା

ଗରଦପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ଦୁଇ ବର୍ଷ ହେଲା ସାରା ଦେଶରେ ସ୍ୱାଇନ୍ ଫ୍ଲୁ ଆତଙ୍କ ସୃଷ୍ଟି କରିଥିବାବେଳେ ଓଡ଼ିଶାରେ ମଧ୍ୟ ବହୁ ଆକ୍ରାନ୍ତ ହୋଇଥିଲେ ଓ ଅନେକ ମଧ୍ୟ ମୃତ୍ୟୁ ବରଣ କରିଥିଲେ ।  ଘୁଷୁରୀ  ଙ୍କ ଦେହରୁ ଏକ ଜୀବାଣୁ ଦ୍ୱାରା ଏହା ବ୍ୟାପୁଥିବା କୁହାଯାଉଥିଲା । ପ୍ରତିବର୍ଷ ଏହି ବର୍ଷ ଋତୁରେ ଏହି ସ୍ୱାଇନ୍ ଫ୍ଲୁ ରେ ବହୁ ରୋଗୀ ମୃତ୍ୟୁ ବରଣ କରୁଥିବାରୁ ସରକାରଙ୍କର ଓ ଲୋକମାନଙ୍କର ଚିନ୍ତାର କାରଣ ହୋଇଥିଲା । ସେଥିପାଇଁ ଘୁଷୁରୀ ମାନଙ୍କୁ ମାରିଦିଆଯାଉଥିଲା ।  ଘୁଷୁରୀ ମାନଙ୍କୁ ଦେଖିବାକୁ ମିଳୁନଥିଲା । ବର୍ତମାନ ବର୍ଷା ଋତୁ ହୋଇଥିବାବେଳେ ସ୍ୱାଇନ୍ ଫ୍ଲୁ ରୋଗର କାରଣ ଘୁଷୁରୀ ମାନଙ୍କୁ ଜନବସତି ନିକଟରେ ଦେଖିବାକୁ ମିଳିଲାଣି ।  ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଗ୍ରାମ ରେ କିଛି ତେଲୁଗୁ ଭାଷି ପୁରୁଷ ଓ ମହିଳା ପ୍ରାୟ ୫୦ ରୁ ଅଧିକ ଘୁଷୁରୀ ଚରାଉଥିବା ଦେଖି ଏଠାରୁ ଘଚଷୁରୀ ନେଇଯିବାକୁ ଲୋକମାନେ କହିଥିଲେ । ସେମାନେ ସିନା ଘୁଷୁରୀ ନେଇଗଲେ ହେଲେ ଲୋକଙ୍କ ମନରେ ସ୍ୱାଇନ୍ ଫ୍ଲୁ ର ଭୟ ଓ ଆଶଙ୍କା ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *