Thursday , September 28 2023
Home / ବିଶେଷ / ସେବା ବସ୍ତୁରେ ନଥାଏ: ଥାଏ ଭାବରେ : ରାଜ୍ୟପାଳ

ସେବା ବସ୍ତୁରେ ନଥାଏ: ଥାଏ ଭାବରେ : ରାଜ୍ୟପାଳ

ଭୁବନେଶ୍ୱର, ୧୫/୦୯/୨୦୧୯(ଓଡ଼ିଶା ସମାଚାର)-ସେବା ବସ୍ତୁରେ ନଥାଏ: ଥାଏ ଭାବରେ । ସେବାର ଭିତି ହେଉଛି ଆଧ୍ୟାତ୍ମିକ ଭାବ । ବ୍ୟକ୍ତିର ଅନ୍ତଃକରଣରେ ପ୍ରେମ ପ୍ରବାହିତହେଲେ: ସେ ପରର ସେବା ପାଇଁ ଆଗେଇ ଆସେ । ସେ ଅନ୍ୟକୁନିଜର ଏକ ପ୍ରସାରିତ ରୂପ ଭାବରେ ଦେଖିଥାଏ । ଏହି ଭାବଧାରାର ପ୍ରସାରରେ ସେଂଟଜନ୍ ଆମ୍ବୁଲାନ୍ସର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ତଥା ସେଂଟଜନ୍ ଆମ୍ବୁଲାନ୍ସର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଶନିବାର ରାଜଭବନରେ ସେଂଟଜନ୍ ଆମ୍ବୁଲାନ୍ସ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଲେ ଯେ ସଠିକ୍ ଓ ତତକ୍ଷଣାତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଗଲେ ଅନେକ ଜୀବନ ବଂଚାଇହେବ । ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମୃତୁ୍ୟହାର ଜାତୀୟ ହାର ଠାରୁ ବହୁ ଉପରେ ଯାହା ଚିନ୍ତାର ବିଷୟ । ପ୍ରାଥମିକ ଚିକିତ୍ସା ସଂପର୍କରେ ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ରାଜ୍ୟପାଳ ପ୍ରଫେସର ଲାଲ ଗୁରୁତ୍ୱ ଆରୋପ କରିଛନ୍ତି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସେଂଟ ଜନ ୍ଆମ୍ବୁଲାନ୍ସର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅଧିକରୁ ଅଧିକ ପ୍ରଶିକ୍ଷଣ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ । ସେଂଟ ଜନ୍ ଆମ୍ବୁଲାନ୍ସ, ଓଡ଼ିଶା ର ଅବୈତନିକ ସଚିବ ପରେଶ ଚନ୍ଦ୍ର ମିଶ୍ର ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସେଂଟ ଜନ୍ ଆମ୍ବୁଲାନ୍ସର ଅତିରିକ୍ତ କମିଶନର କାଳୀପ୍ରସାଦ ମିଶ୍ର,ସ୍ୱାସ୍ଥ୍ୟସେବା ନିର୍ଦ୍ଧେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ପ୍ରମୁଖ ପ୍ରାଥମିକ ଚିକିତ୍ସା ସେବାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।ଏହି ଅବସରରେ ଉଲ୍ଲେଖନୀୟ ସେବା ନିମନ୍ତେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସେବା ସମ୍ମାନ, ସେଂଟ ଜନ୍ ମିତ୍ର, ସେବାଶ୍ରୀ, ସେବକ ଶ୍ରୀ,ଜୀବନଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *