ସାଲେପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅନ୍ତର୍ଗତ ନରଦା ଲେଖନପୁରସ୍ଥିତ ଗାନ୍ଧୀ ନୋଡ଼ାଲ୍ ବିଦ୍ୟାପୀଠ ପରିସରରେ ଗାନ୍ଧୀ କସ୍ତୂରବା ୧୫୦ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ – ଓଡ଼ିଶା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ନୋଡ଼ାଲ୍ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ପ୍ରଶାସକ ଜୟନ୍ତ କୁମାର ଦାସ ଉଦ୍ଘାଟନ କରିବା ସହିତ ଆଜିର ଛାତ୍ର ଛାତ୍ରୀମାନେ ବାପୁଜୀଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ଅହିଂସା ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥିଲେ । ମୁଖ୍ୟବକ୍ତା ଭାବେ ଗାନ୍ଧୀବାଦୀ ଇଂ.ମଳୟ କୁମାର ତ୍ରିପାଠୀ ଯୋଗଦେଇ ଆଜିର ଯୁବ ସମାଜ ତଥା ଛାତ୍ରଛାତ୍ରୀମାନେ ଗାନ୍ଧୀଜୀଙ୍କ ଜୀବନାଦର୍ଶରେ ଅନୁପ୍ରାଣୀତ ହୋଇ କୁକାର୍ଯ୍ୟ ନିଶାଦ୍ରବ୍ୟରୁ ଦୁରେଇ ରହି ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ବକ୍ତା ଭାବରେ ଗାନ୍ଧୀ ୧୫୦ ସାଲେପୁର ବ୍ଲକ୍ ଆବାହକ ସନ୍ଧ୍ୟାରାଣୀ ମଲ୍ଲିକ୍ ଯୋଗ ଦେଇ ପିଲାମାନଙ୍କୁ ଗାନ୍ଧୀଜୀଙ୍କ ସ୍ୱଚ୍ଛତା ଓ ପ୍ରାର୍ଥନାକୁ ଜୀବନର ବ୍ରତ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ସାଲେପୁର ବ୍ଲକ୍ ଉପାଧକ୍ଷ ରମେଶ କୁମାର ଜେନା, ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ମାଳ ପଂଚାୟତର ସରପଂଚ ସ୍ନେହଲତା ସ୍ୱାଇଁ, ସମିତି ସଭ୍ୟା ଦେବକୀ ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ୧୫୦ କମିଟି ତରଫରୁ ପରମାନନ୍ଦ ମୁଦୁଲି ବିଜୟକୁମାର ଶତପଥି, ପ୍ରଦୀପ୍ତ କିଶୋର ଓଝା, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ପ୍ରଫୁଲ୍ଲ ସ୍ୱାଇଁ, ବସନ୍ତ କୁମାର ପ୍ରହରାଜ, ସୁଧିର କୁମାର ମହାପାତ୍ର, ବିଦ୍ୟାଳୟର ଶିକ୍ଷକ ତ୍ରିଲୋଚନ ଖୁଂଟିଆ, ଗାନ୍ଧୀ ରାତ୍ରୀଯାପନ କରିଥିବା ପରିବାର ବିକଳ ମଲ୍ଲିକ୍ ଙ୍କ ଦାୟଦ ବିପିନ୍ ମଲ୍ଲି୍କ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛତ୍ରୀମାନେ ଗାନ୍ଧୀ ବକ୍ତୃତା ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ଗାନ୍ଧୀ ୧୫୦ ସାଲେପୁରର ସଂଯୋଜକ ବିଶ୍ୱରଂଜନ ସାହୁ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ଦାଶ, ବସନ୍ତ କୁମାର ତ୍ରୀପାଠୀ, ବବିତା ପ୍ରିୟଦର୍ଶିନୀ, କ୍ଷୀରୋଦ୍ ଚନ୍ଦ୍ର ବେହେରା, ପବିତ୍ର କୁମାର ବେହେରା, ଜୟନ୍ତ କୁମାର ସାହୁ, ଶ୍ୟାମ ସୁନ୍ଦର ଦାଶ, ଅଜୟ କୁମାର ସ୍ୱାଇଁ, ନିରଞ୍ଜନ ରାଉତ, ହେମନ୍ତ ସାମଲ, ମନୋଜ ସାମଲ, ନରେନ୍ଦ୍ର ଦଳେଇ, ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ରାମଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର