Saturday , December 4 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରୁ ଉଦ୍ଧାର

ସଂକ୍ଷେପରେ ତାଜା ଖବର : ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରୁ ଉଦ୍ଧାର

ମାଲକାନାଗିରି,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ୧୩ ତାରିଖରୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କର ମୃତ ଦେହ ଆଜି ଅଙ୍ଗନୱାଡ଼ି କେନ୍ଦ୍ର ପରିସରରୁ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ଚିତ୍ରକୋଣ୍ଡା ଅଂଚଳର ଧୁଲିପୁଟ ପଂଚାୟତ ଅନ୍ତର୍ଗତ ରଙ୍ଗଣିଗୁଡ଼ା ଗ୍ରାମର ରାଜୁ ହନ୍ତାଳ ଗତ ୧୩ ତାରିଖ ଦିନ ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ଜନ୍ତାବାଇ ସାପ୍ତାହିକ ହାଟକୁ ଯାଇଥିଲେ । କେତେଜଣ ବିଏସଏଫ ଯବାନ ତାଙ୍କୁ ହାଟରୁ ଡ଼ାକିନେଇଯାଇଥିଲେ ଏବଂ ସେହିଦିନ ଠାରୁ ସେ ନିଖୋଜ ଥିଲେ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଆଜି ସକାଳେ ଅଙ୍ଗନୱାଡ଼ି କର୍ମଚାରୀ ଅଙ୍ଗନୱାଡ଼ିର ରୋଷ ଘର ଭିତରେ ରାଜୁ ହନ୍ତାଳ ଙ୍କ ମୃତ ଦେହ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ବାଇକ ଚାଳକ ମୃତ

ଭୁବନ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି ସକାଳ ୮ ଘଟିକା ସମୟରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ …

Leave a Reply

Your email address will not be published. Required fields are marked *