ଅନୁଗୁଳ,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଜିଲାପାଳଙ୍କ ବ୍ୟାଙ୍କ ଏଳାଉଂଟରୁ ୬୦ ଲକ୍ଷ ଲୁଟ ହୋଇଛି । ଜିଲାପାଳଙ୍କ ଅଭିଯୋଗ ପରେ ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଅନୁଗୁଳସ୍ଥିତ ଏଚଡ଼ିଏଫସି ବ୍ୟାଙ୍କ ରେ ଜିଲାପାଳ ଙ୍କ ର ଏକ ଏଳାଉଂଟରେ ଥିବା ୬୦ ଲକ୍ଷ ଟଙ୍କା ନଥିବା ଜଣାପଡ଼ିବା ପରେ ଜିଲାପାଳଙ୍କ ଅମିଯୋଗ ଅନୁସାରେ ତଦନ୍ତ କରାଯାଇ ସେତେବେଳେ ମ୍ୟାନେଜର ଥିବା ଶକ୍ତି ବେଦାନ୍ତ ଦାସ ଙ୍କୁ ଗିରଫ କରାଯାଇଛି । ସେ ଇଚ୍ଛିମଧ୍ୟରେ ବ୍ୟାଙ୍କ ରୁ ଚାକିରି ଛାଡ଼ି ଦେଇଥିଲେ । ଓଡ଼ିଶା ସମାଚାର