ଗରଦପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଚୋରାରେ ମଦ ନେଇ ଯାଉଥିବା ଜଣେ ରୋରା ମଦ ବ୍ୟବବସାୟୀଙ୍କୁ ପାଟକୁରା ପୁଲିସ ଗିରଫ କରିବା ସହିତ ମଦ ଓ ବ୍ୟବହୃତ ବାଇକ୍କୁ ଜବତ କରିଛି । ପୁଲିସ ସୂତ୍୍ରରୁ ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ କରିଲୋପାଟଣା ଗ୍ରାମର ଯିତେନ୍ଦ୍ର ସାମନ୍ତରାୟ (୩୬)ଗତ କାଲି ରାତି ପ୍ରାୟ ୮ଟା ସମୟରେ କୋରୁଆ ଠାରୁ ଏକ ବାଇକ୍ ସାହାଯ୍ୟରେ ମଦ ଭର୍ତି କରି ନେଇ ନିଜ ଗାଁକୁ ଯାଉଥିବାବେଳେ,ନଗରୀପଡା ଛକ ନିକଟରେ କୋରୁଆ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଯିତେନ୍ଦ୍ରଙ୍କ ଠାରୁ ୩୦ ବୋତଲ ବିଦେଶୀ ମଦକୁ ପୁଲିସ ଜବତ କରିବା ସହିତ ବ୍ୟବହୃତ ବାଇକ କୁ ପୁଲିସ ଜବତ କରିଛି । ପୁଲିସ ସବ୍ ଇନିସପେକ୍ଟର ମହମ୍ମଦ ଜାମସେଦ୍ ଆଜି ଅଭିଯୁକ୍ତ ଯିତେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଥଇବା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର