Thursday , October 21 2021
Breaking News
Home / ତାଜା ଖବର / ଯାନବାହାନ ତନଖି,୨୦ ହଜାର ଟଙ୍କା ଜୋରିମାନା ଆଦାୟ  

ଯାନବାହାନ ତନଖି,୨୦ ହଜାର ଟଙ୍କା ଜୋରିମାନା ଆଦାୟ  

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶକୁ ପାଟକୁରା ପୋଲିସ୍ ନମାନି ଗାଡ଼ିର କାଗଜପତ୍ର , ଡ଼୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଂଚ କରି ଜୋରିମାନା କରୁଥିବା ଅଭିଯୋଗ

ଗରଦପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ପୁଲିସ ପକ୍ଷରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ମୋଟର ଯାନ ଆଇନ କୁ କଡାକଡି ଭାବରେ ଲାଗୁ କରାଯାଇ ବିଭିନ୍ନ ସମୟରେ ପ୍ରମୁଖ ରାସ୍ତାଘାଟରେ ଯାନ ବାହାନ ତନଖି କରାଯାଉଛି । ଏହି ପରିପ୍ରେକ୍ଷିରେ ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ପାଟକୁରା ଥାନା ଅଂଚଳର ନୂଆପଡା, କରିଲୋପାଟଣା, କୋରୁଆ,ଯମୁନାବାଦ ଗଡା ଆଦି କେତେକ ପ୍ରମୁଖ ରାସ୍ତା, ଛକ ଓ ବଜାର ଥିବା ସ୍ଥାନମାନଙ୍କରେ ଯାତାୟତ କରୁଥିବା ମୋଟର ଯାନଗୁଡିକୁ ଯାଂଚ କରିଥିଲେ । ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଚାରି ଚକିଆ ଯାନ,ତିନି ଚକିଆ ଯାନ ଓ ଦୁଇ ଚକିଆ ଯାନଗୁଡିକୁ ଯାଂଚ କରିବା ସହିତ ଆଇନ୍ ଉଲଙ୍ଘନକାରୀମାନଙ୍କୁ ସଚେତନ କରାଇବା ସହିତ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ । ଏହି ଯାଂଚ ସମୟରେ ମୂଖ୍ୟତଃ ଦୁଇ ଚକିଆ ଯାନରେ ତିନି ଜଣ ବସିଥିବା., ହେଲମେଟ୍ , ଲାଇସେନ୍ସ ,ଇନ୍ସ୍୍ୟରାସ୍ ଆଦିର କାଗଜପତ୍ର ଯାଂଚ କରିଥିଲେ । ଚାରି ଚକିଆ ଗାଡି ଚାଳକମାନେ ସିଟ୍ ବେଲ୍ଟ ପିନ୍ଧିଛନ୍ତି କି ନାହିଁ,ମାଦକ ଦ୍ରବ୍ୟ ସେବନ କରିଛନ୍ତି କି ନାହିଁ ମଧ୍ୟ ଯାଂଚ କରାଯାଇଥିଲା । ଗତ ୩ ତାରିଖ ଠାରୁ ବିଭିନ୍ନ ଦିନରେ ଯାଂଚ ସମୟରେ ମୋଟ ୨୦ ହଜାର ଟଙ୍କା ଜୋରିମାନା ବାବଦରେ ଆଦାୟ କରାଯାଇଥିବା ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।  ତେବେ ଗାଡ଼ିର କାଗଜପତ୍ର , ଡ଼୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପାଇଁ ୩ ମାସ କୋହଳ କରିଥିବାବେଳେ ପାଟକୁରା ଥାନା ପୋଲିସ୍ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ନମାନି ଗାଡ଼ିର କାଗଜପତ୍ର , ଡ଼୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଂଚ କରି ଲୋକମାନଙ୍କୁ ହଇରାଣ କରିବା ସହିତ ଜୋରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *