Sunday , October 1 2023
Home / ବିଶେଷ / ମୋ ସରକାର ସମ୍ପର୍କରେ ୬୩୫ ଥାନା ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ମୋ ସରକାର ସମ୍ପର୍କରେ ୬୩୫ ଥାନା ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭଲ କାମ କଲେ ଥାନା ଅଧିକାରୀଙ୍କୁ ମିଳିବ ପଦୋନ୍ନତି
ଭୁବନେଶ୍ୱର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଏଣିକି ଯେଉଁ ଥାନା ଅଧିକାରୀମାନେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ଓ ବ୍ୟବହାର ପ୍ରଦର୍ଶନ କରିବା ସହ ଭଲକାର୍ଯ୍ୟ କରିବେ ସେମାନଙ୍କୁ ସମୟ ପୂର୍ବରୁ ପଦୋନ୍ନତି ମିଳିବ । ପ୍ରଶାଂସାପତ୍ର ମଧ୍ୟ ମିଳିବ । ଯେଉଁମାନେ ଏହା କରିବେ ନାହିଁ ତେବେ ସେମାନଙ୍କ ବିରୁଦ୍ଧରେ ପଦାବନତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ୫-ଟି କୁ ପୋଲିସ୍ ପ୍ରଶାସନ ରେ ଯେପରି ଭଲ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଅନ୍ୟପକ୍ଷରେ ଥାନା ଗୁଡିକୁ ଲୋକାଭିମୁଖୀ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆସନ୍ତା ଅକ୍ଟୋବର ୨ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ‘ମୋସରକାର’ କାର୍ଯ୍ୟକ୍ରମର କର୍ଯ୍ୟକାରୀତା ନେଇ ଶନିବାର ଦିନ ଲୋକସେବାଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬୩୫ ଥାନାର ଆଇଆଇସି ମାନଙ୍କସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର୨ ଠାରୁ ପ୍ରତିଦିନ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ଜଣଙ୍କୁ ଫୋନ୍ କରି ସେମାନେ ଥାନାରେ କିଭଳି ବ୍ୟହାର ଓ ସେବାପାଇଲେ ସେ ନିଜେ ପଚାରି ବୁଝିବେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ ଏବଂସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ କରାଯିବ । ଥାନାକୁ ଆସୁଥିବା ପ୍ରତ୍ୟକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଂଜୀକରଣ କରାଯିବ ଏବଂ ଏସପି ଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବ । ସେହିପରି ମହିଳାଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଥାନା ଅଧିକାରୀମାନଙ୍କୁ କହିଥିଲେ । ମୋ ସରକାର ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପୋଲିସ୍ ସଫଳତାର ସହ କାର୍ଯ୍ୟକାରୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।ଏହି ଅବସରରେ ଉଦବୋଧନ ଦେଇମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀକହିଲେ ଯେ ପୋଲିସ୍ ଅଧିକରୀମାନେନିଜକୁ ଜନସେବକ ଭାବି କାର୍ଯ୍ୟକରିବା ସହିତ ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତମ ସେବା ଯୋଗାଇ ଦେବା ଉଚିତ । ସେହିପରି ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଚାଲିଥିବା ବ୍ୟାପକ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ପୋଲିସ୍ ମହାନିର୍ଦ୍ଧେଶକ ବି କେ ଶର୍ମା ସୂଚନାଦେବା ସହ ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସମ୍ମାନର ସହ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତିସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଥାନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେପାଣ୍ଡିଆନ୍ କହିଥିଲେ ଯେ ‘ମୋସରକାର’ ୫-ଟି ର କାର୍ଯ୍ୟକ୍ରମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଙ୍ଗିଶା ହେଉଛି ପ୍ରଥମ ରାଜ୍ୟ । ଥାନା ଓ ଡାକ୍ତରଖାନାକୁ ଲୋକମାନେ ନିଜ ଦୁଃଖ ଓ କଷ୍ଟ ଲାଘବ ପାଇଁ ଆସିଥାନ୍ତି । ତେଣୁମୋ ସରକାର କର୍ଯ୍ୟକ୍ରମ ଏହି ଦୁଇବିଭାଗର ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *