Friday , September 22 2023
Breaking News
Home / ବିଶେଷ / ବିଧାୟକ ବିଧାୟିକା ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ବିଧାୟକ ବିଧାୟିକା ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର୧୫/୦୯/୨୦୧୯(ଓଡ଼ିଶା ସମାଚାର)-ଲୋକସଭା ସଚିବାଳୟ (ଗଣତନ୍ତ୍ରପାଇଁ ସଂସଦୀୟ ଗବେଷଣା ଓ ପ୍ରଶିକ୍ଷଣଅନୁଷ୍ଠାନ) ଏବଂ ଓଡ଼ିଶା ବିଧାନସଭା ସଚିବାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଥିବା ଷୋଡ଼ଶ ବିଧାନସଭାର ବିଧାୟକ ବିଧାୟିକାମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିିତ ହୋଇଯାଇଛି । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରକହିଲେ ଯେ, ପ୍ରଶିକ୍ଷଣ ଦ୍ୱାରା ବିଧାନସଭାର ବିଧାୟକ ବିଧାୟିକା,ମନ୍ତ୍ରୀଗଣ ଏବଂ ନୂତନ ବିଧାୟକ ବିଧାୟିକାମାନେ ବିଧାନସଭା ଗୃହମଧ୍ୟରେ ନିଜର ଦକ୍ଷତା ଓ ପାରଦର୍ଶିତା ପ୍ରଦର୍ଶନ କରିବାରେ ଅଧିକ ସକ୍ଷମ ହୋଇପାରିବେ । ସେମାନେ ନିଜକୁପ୍ରସ୍ତୁତ କରି ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ କଲେ ଲୋକମାନଙ୍କର ଆଶା ଆକାଂକ୍ଷା ପୂରଣ ହୋଇପାରିବ ଓ ସେମାନେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାନ କରିପାରିବେ । ବିଧାନସଭା ପରିଚାଳନା ବିଧିବ୍ୟବସ୍ଥା, ଆଇନ ପ୍ରଣୟନ,ବଜେଟ୍ ପ୍ରସ୍ତୁତି, ବିଶେଷ ଅଧିକାର,ବୈଧାନିକ ପ୍ରଥା, ପରମ୍ପରା ଓ ଆଚାରବ୍ୟବହାର ସମ୍ପର୍କରେ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଶ ନିଶ୍ଚିତ ଭାବେବିଧାୟକ ମାନଙ୍କୁ ନିୟମିତ ଭାବେ ବିଧାନସଭାର ଗ୍ରନ୍ଥାଗାରକୁ ଯାଇ ଅଧ୍ୟୟନ କରିବା ସହିତ ଗୃହର ପ୍ରଶ୍ନୋତର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *