Monday , December 6 2021
Breaking News
Home / ତାଜା ଖବର / ବାଳିକାକୁ ପ୍ରତାରଣା କରି ଯୁବକ ଗିରଫ

ବାଳିକାକୁ ପ୍ରତାରଣା କରି ଯୁବକ ଗିରଫ

 

ସାଲେପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ତା’ ସହିତ ବାରମ୍ବାର ଶାରୀରିକ ସଂପର୍କ ସ୍ଥାପନ କରି ଶେଷରେ ପ୍ରତାରଣା କରିବାରୁ ସଂପୃକ୍ତ ନାବାଳିକାର ଏତଲା କ୍ରମେ ସାଲେପୁର ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଜଣେ ୧୬ବର୍ଷର ନାବାଳିକାକୁ ଉକ୍ତ ଗ୍ରାମର ହଏଦର ଅଲ୍ଲୀ(୨୨) ବିବାହର ପ୍ରଲୋଭନ ଦେଖାଇ ତା’ ସହିତ ବାରମ୍ବାର ଶାରୀରିକ ସଂପର୍କ ସ୍ଥାପନ କରିଆସୁଥିଲେ । ସଂପୃକ୍ତ ଯୁବକକୁ ବିବାହ କରିବାପାଇଁ ନାବାଳିକା ଜଣକ ଜିଦ୍ କରିବାରୁ ଯୁବକ ହଏଦର ଏଥିରେ ରାଜି ହୋଇନଥିଲେ ।  ଇତିମଧ୍ୟରେ ସଂପୃକ୍ତା ନାବାଳିକାକୁ ପ୍ରତାରଣା କରି ଯୁବକ ଜଣକ ଅନ୍ୟତ୍ର ବିବାହ କରିବାପାଇଁ ଉଦ୍ୟମ ଚଳାଇବାରୁ ନାବାଳିକା ଜଣକ ଏ ନେଇ ସାଲେପୁର ଥାନାରେ ହଏଦର ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୋଲିସ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନା କେଶ୍ ନଂ୨୩୫/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ହଏଦରକୁ ଗିରଫ କରିଛି । ସାଲେପୁର ପୋଲିସ   ଉଭୟଙ୍କ ଡାକ୍ତରୀ ମାଇନା ପାଇଁ ପଠାଇ ଘଟଣାର ତଦନ୍ତ ଚାଲୁ ରଖିଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *