Saturday , May 28 2022
Breaking News
Home / ତାଜା ଖବର / ତାଜା ଖବର :  ଗଂଜାମ ପୋଲିସ୍ ର ଆଉ ଏକ ଏନକାଉଂଟର , ଅପରାଧୀ ପ୍ରମୋଦ ଆହତ

ତାଜା ଖବର :  ଗଂଜାମ ପୋଲିସ୍ ର ଆଉ ଏକ ଏନକାଉଂଟର , ଅପରାଧୀ ପ୍ରମୋଦ ଆହତ

ଗଂଜାମ,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ଭୋର ପ୍ରାୟ ସାଢ଼େ ୪ ଟା ବେଳେ ପାଲୁର- କୃଷ୍ଣପ୍ରସାଦ ରୋଡ଼୍ ରେ ଏନକାଉଂଟର ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ପ୍ରମୋଦ ବାରିକ ଜଣେ ଦୁର୍ଦ୍ଧାନ୍ତ ଅପରାଧି, ତା ନାମରେ ଅନେକ ଅପରାଧିକ ମାମଲା ରହିଥିବାବେଳେ ବିଜେଡ଼ି ନେତା ସୁଧୀର ପାଢ଼ୀକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ ଥିଲା । ତାକୁ ଧରିବା ପାଇଁ ପୋଲିସ୍ ଜାଲ ବସାଇଥିଲା । ବଢ଼ିଭୋର ସମୟରେ ସେ ପାଲୁର- କୃଷ୍ଣପ୍ରସାଦ ରାସ୍ତାରେ ଯାଉଥିବା ସୁଚନା ପାଇ ପୋଲିସ୍ ସେଠାରେ ପହଂଚିଥିଲା । ପୋଲିସ କୁ ଦେଖି ସେ ପୋଲିସ୍ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । ପୁଲିସ୍ ପାଲଟା ଗୁଳି  ଚଳାଇବାରୁ ଗୋଟିଏ ଗୁଳି ତାର ଡ଼ାହାଣ ଗୋଡ଼ରେ ବାଜିଥିଲା । ସେ ଆଉ ଯାଇ ପାରିନଥିଲା । ତା ଠାରୁ ଗୋଟିଏ ମାଉଜର, ୨ ରାଉଣ୍ଡ ଗୁଳି ଓ ତା ବାଇକ୍ ଜବତ ହୋଇଛି । ଆହତ ଅବସ୍ଥାରେ ତାକୁ ପ୍ରଥମେ ଛତ୍ରପୁର ହସପିଟାଲରେ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଛି । ଗୁଳି ବିନିମୟ ସମୟରେ ୨ ଜଣ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି । ଗତକାଲି ପୋଲିସ୍ ଏନକାଉଂଟରରେ ଆହତ ହୋଇଥିବା ସୁଶାନ୍ତ ବେହେରା ଆଲିଆସ କୋକୋର ସେ ଜଣେ ସହଯୋଗୀ ବୋଲି ପୋଲିସ୍ ପ୍ରକାଶ କରିଛି । ଏହା ଗଂଜାମ ପୋଲିସ୍ ର ୭୧ ତମ ଏନକାଉଂଟର । ଓଡ଼ିଶା ସମାଚାର

About admin

Check Also

ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ

ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …

Leave a Reply

Your email address will not be published. Required fields are marked *