Tuesday , October 26 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ରେମୁଣାରେ  ଯୁବକଙ୍କୁ ଗୁଳିମାଡ଼

ସଂକ୍ଷେପରେ ତାଜା ଖବର : ରେମୁଣାରେ  ଯୁବକଙ୍କୁ ଗୁଳିମାଡ଼

 

ରେମୁଣା,୧୪/୦୯/୨୦୧୯(ଓଡ଼ିଶା ସମାଚାର)-ରେମୁଣା ଏଫଏମ ମେଡ଼ିକାଲ ଛକରେ ଗୁଳିକାଣ୍ଡ ଘଟିଛି । ଶିଳ୍ପାଂଚଳ ଥାନା ଅନ୍ତର୍ଗତ ମେଡ଼ିକାଲ ଛକରେ ଦୁଇ ଗୋଷ୍ଠି ମଧ୍ୟରେ ବଚଷାରୁ ଗୋଟିଏ ଗୋଷ୍ଠିର ଯୁବକଙ୍କ ଗୁଳିମାଡ଼ରେ ଅନ୍ୟ ଗୋଷ୍ଠିର ବାଦଲ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛି । ଆହତ ଯୁବକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ହସପିଟାଲ ରେ ଭର୍ତି କରାଯାଇଛି । ଯୁବକଙ୍କ ଡ଼ାହାଣ ହାତରେ ଗୁଳି ବାଜିଛି । ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡ଼ିନାହିଁ । ପୂର୍ବ ଶତୃତାରୁ ଏହି ଗୁଳିମାଡ଼ ହୋଇଥିବା କୁହାଯାଉଛି । ଗୁଳିମାଡ଼ କରି ସମ୍ପୃକ୍ତ ଯୁବକମାନେ ଫେରାର ହୋଇ ଯାଇଛନ୍ତି । ୨ ଟି ବାଇକ୍ ରେ ୫ ଜଣ ଯୁବକ ଆସି ଗୁଳିମାଡ଼ କରିଥିବା କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *