Monday , December 6 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପତ୍ନୀହନ୍ତାକାରୀ କଏଦୀର ହୃଦାଘାତରେ ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ପତ୍ନୀହନ୍ତାକାରୀ କଏଦୀର ହୃଦାଘାତରେ ମୃତ୍ୟୁ

ଗଂଜାମ ୧୪/୦୯/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲା ମଣ୍ଡଳ କାରାଗାରରେ ଜଣେ କଏଦୀଙ୍କର ଶନିବାର ମୃତ୍ୟୁ ଘଟିଛି । ମିଳିଥିବା ତାଜା ସୂଚନା ଅନୁସାରେ ହିଂଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଡ଼େରା ସାହିର ନକୁଳ ସାହୁ(୩୫) ପତ୍ନୀ ହତ୍ୟା ମାଲାରେ ଅଭିଯୁକ୍ତ ଥାଇ ମଣ୍ଡଳକାରାଗାରରେ କଏଦୀ ଭାବରେ ୨୯୧୪ ମସିହାରୁ ଥିଲେ । ଶନିବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ମୃତ ଦେହ ଜବତ କରି ୪୮୪/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ବ୍ୟବସ୍ଥା କରାଯାଇଛି । ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ପ୍ରକାଶ ୨୦୧୪ ମସିହାରେ ନକୁଳ କୌଣସି କାରଣରୁ ତାଙ୍କ ସ୍ତ୍ରୀ କୁ ହତ୍ୟା କରିଥିଲା । ହିଂଜିଳିକାଟୁ ପୋଲିସ ନକୁଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ୨୦୧୫ ସେପ୍ଟେମ୍ବର ୧୯ ରେ ସେ ଦୋଷି ସାବ୍ୟସ୍ତ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *