Monday , September 25 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ତୀର୍ଥ ଯାତ୍ରୀଙ୍କ ସୁନା ଗହଣା ଓ ଟଙ୍କା ଲୁଟ କରି ୫ ନକଲି ଏମଭିଆଇ ଗିରଫ

ସଂକ୍ଷେପରେ ତାଜା ଖବର :  ତୀର୍ଥ ଯାତ୍ରୀଙ୍କ ସୁନା ଗହଣା ଓ ଟଙ୍କା ଲୁଟ କରି ୫ ନକଲି ଏମଭିଆଇ ଗିରଫ

ଜଳେଶ୍ୱର,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ତୀର୍ଥ ଯାତ୍ରୀଙ୍କ ସୁନା ଗହଣା ଓ ଟଙ୍କା ଲୁଟ କରି ୫ ନକଲି ଏମଭିଆଇ ଗିରଫ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ନିଜକୁ ଏମଭିଆଇ ଭାବେ ପରିଚୟ ଦେଇ ଓଡ଼ିଶା ବାହାରୁ ଆସୁଥିବା ଏକ ତୀର୍ଥ ଯାତ୍ରୀଙ୍କ ବସ କୁ ଅଟକାଇ ଯାଂଚ ଆଳରେ ମହିଳା ଯାତ୍ରୀଙ୍କ ସୁନାଗହଣା ଓ ନଗଦ ଟଙ୍କା ଲୁଟିନେଇଥିଲେ । ପରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା ଓ ତୀର୍ଥଯାତ୍ରୀମାନେ ୬୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।  ପରେ ଖବର ପାଇ ଜଳେଶ୍ୱର ଥାନା ପୋଲିସ୍ ପହଂଚି ସମ୍ପୃକ୍ତ ୫ ଜଣ ନକଲି ଏମଭିଆଇଙ୍କୁ ଗିରଫ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *