ଗଂଜାମ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ଗଂଜାମରେ ପୋଲିସ ର ଏନକାଉଂଟର । ଗଂଜାମ ର ଜୟଶ୍ରୀ କେମିକାଲ ରୋଡ଼୍ ରେ ଏହି ଏନକାଉଂଟର ହୋଇଛି । ବହୁ ଅପରାଧରେ ଜଡ଼ିତ ଏପରିକି ନରହତ୍ୟା ଭଳି ଅପରାଧୀକ ମାମଲା ରହିଥିବା ଗୋଶାଣି ନୂଆଗାଁ ଅଂଚଳର ସୁଶାନ୍ତ ବେହେରା ଆଲିଆସ କୋକୋ ପୋଲିସ ର ଏନକାଉଂଟର ରେ ଆହତ ହୋଇଛି । ତା ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଛି । ତା ଠାରୁ ଗୋଟିଏ ମାଉଜର, ୨ ରାଉଣ୍ଡ ଗୁଳି,ବାଇକ ଓ ମୋବାଇଲ ଫୋନ୍ ଜବତ କରାଯାଇଛି । ପୋଲିସ ଓ ଅପରାଧୀ ଗୁଳି ବିମିୟ ସମୟରେ ୨ ଜଣ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି । ଶନିବାର ସକାଳେ ଏହି ଏନକାଉଂଟର ହୋଇଛି । ଜୟଶ୍ରୀ କେମିକାଲ ରୋଡ଼ରେ କୋକୋ ଓ ତାର ଜଣେ ସହଯୋଗୀ ଥିବା ଖବର ପାଇ ପୋଲିସ୍ ସେଠାରେ ପହଂଚିବାରୁ ସେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ପୋଲିସ୍ ତାହାର ପାଲଟା ଗୁଳିରେ କୋକୋ ଆହତ ହୋଇଥିବାବେଳେ ତ ସହଯୋଗୀ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଓଡ଼ିଶା ସମାଚାର
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଗଂଜାମରେ ପୋଲିସ ର ଏନକାଉଂଟର – ଅପରାଧୀ କୋକୋ ଆହତ, ମାଉଜର, ଗୁଳି, ବାଇକ୍ ଓ ମୋବାଇଲ ଫୋନ୍ ଜବତ