Thursday , September 28 2023
Home / ଶିକ୍ଷା / ରେଢ଼ୁଆ ବିସି କଲେଜରେ ପ୍ୟାରେଂଟ ଟିଚର୍ସ ବୈଠକ ଅନୁଷ୍ଠିତ

ରେଢ଼ୁଆ ବିସି କଲେଜରେ ପ୍ୟାରେଂଟ ଟିଚର୍ସ ବୈଠକ ଅନୁଷ୍ଠିତ

ତାରପୁର, ୧୪/୦୯/୨୦୧୯(ଓଡ଼ିଶା ସମାଚାର)- ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧେଶ ମୁତାବକ ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଶନିବାର ପ୍ୟାରେଂଟ ଟିଚର୍ସ ମିଟିଂ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଯୁକ୍ତ ୩ ର ୨ୟ ବର୍ଷ ଛାତ୍ର ଛାତ୍ରୀଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ ସ୍ଥିରିକୃତ ସର୍ବନିମ୍ନ ମାନକୁ ସଠିକ ଭାବେ କାର୍ଯ୍ୟକାରୀ କରାଯିବା ବୈଠକର ଉଦେଶ୍ୟ ବୋଲି ଏହାର ସଂଯୋଜିକା ଲୋପାମୁଦ୍ରା ମହାପାତ୍ର ପ୍ରକାଶ କରିଥିଲେ । କଲେଜର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ବୈଠକରେ ସଭାପତିତ୍ୱ କରି ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନରେ ମାତା ପିତାଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ମତ ଦେଇଥିଲେ । ଏହି ଅବସରରେ କଲେଜରେ ୭୫ ପ୍ରତିଶତ ଉପସ୍ଥାନ, ନିୟମିତ ଶିକ୍ଷା ଆରୋହଣ, ଛାତ୍ର ଛାତ୍ରୀଙ୍କ ସମୟାନୁବର୍ତିତା ପ୍ରତି ଦୃଷ୍ଟି ଦେବା ପାଇଁ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଆହ୍ୱାନ କରିଥିଲେ । ଛାତ୍ର ଛାତ୍ରୀମାନେ ଶିକ୍ଷା ସମ୍ବନ୍ଧିୟ ସୁଚିନ୍ତିତ ମତାମତ ରଖିବା ସହ ଅଭିଭାବକମାନେ ମଧ୍ୟ କେତେକ ମୌଳିକ ସମସ୍ୟା ସମ୍ପର୍କରେ ଅଧ୍ୟାପକ, ଅଧ୍ୟାପିକା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧିକାଂଶ ଛାତ୍ର ଛାତ୍ରୀ କଲେଜରେ ଶିକ୍ଷାଦାନ ଠିକ ଥିବାବେଳେ ଅଧ୍ୟକ୍ଷଙ୍କ ବନ୍ଧୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ଯୋଗୁ ବହୁଛାତ୍ର ଛାତ୍ରୀ ନିୟମିତ କ୍ଲସ କରୁଥିବାର ପ୍ରକାଶ କରିଥିଲେ । ଅଧ୍ୟାପିକା ଡ଼ଃ ବିରଶ କୁମାରୀ ନାୟକ , ସ୍ମିତାରାଣୀ ପ୍ରଧାନ, ସୌମ୍ୟାଶ୍ରୀ ମହାନ୍ତି , ସାଗରିକା ଦାସ, ଶାଶ୍ୱତି ନନ୍ଦ , ସୁଜାତା ଦାସ, ପ୍ରତାପ କୁମାର ଲେଙ୍କା, କେଦାର ମୁଦୁଲୀ, ସରୋଜକାନ୍ତ ମିଶ୍ର ପ୍ରମୁଖ ପିଲାମାନଙ୍କୁ ବହୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଅଧିକ ମାତ୍ରାରେ ଅଭିଭାବକମାନେ ବୈଠକରେ ଯୋଗଦେଇ ପିଲାମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ସୁଚିନ୍ତିତ ମତ ରଖିବା ପାଇଁ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଆହ୍ୱାନ କରି ସଭା ଶେଷ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *