Wednesday , October 27 2021
Breaking News
Home / ବିଶେଷ / ପ୍ରତିଶୃତି ରେ ରହିଲା ବିଲହାଟ ପୋଲିସ୍ ଫାଣ୍ଡି

ପ୍ରତିଶୃତି ରେ ରହିଲା ବିଲହାଟ ପୋଲିସ୍ ଫାଣ୍ଡି

ତାରପୁର,୧୪/୦୯/୨୦୧୯(ଓଡ଼ିଶା ସମାଚାର)- କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଅବସ୍ଥିତ ବିଲହାଟ ବଜାର ଟି ସ୍ଥାନୀୟ ଅଂଚଳର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଅଟେ । ଅତିତରେ ସ୍ଥାନୀୟ ବଜାରରେ ଥିବା ସୁନା ଗହଣା ହୋକାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ରବସାୟ ପ୍ରତିଷ୍ଠାନରୁ ଛୋଟ ବଡ଼ ଚୋରୀ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଗତ ୨୦୧୮ ମସିହା ଅକ୍ଟୋବର ୬ ତାରିଖରେ  ବିଲହାଟ ଦେବୀ ମଣ୍ଡପ ସମ୍ମୁଖରେ ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ସୁରକ୍ଷା ସମ୍ପର୍କିତ ଆଲୋଚନାଚକ୍ର ତଥା ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପିକେ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ କିଶନନଗର ଥାନା ଆଇଆଇସି ଶ୍ରୀ ପ୍ରଭାସ ଚନ୍ଦ୍ର ସାହୁ ଓ ମାହାଳହାଟ ଫାଣ୍ଡି ଅଧିକାରୀ ଗୌରାଙ୍ଗ ଚରଣ ବିଶ୍ୱାଳ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଦୁଇ ଚକିଆ ଓ ଚାରି ଚକିଆ ଯାନ ଗୁଡ଼ିକ ରଖିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରାଯିବାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସ୍ତାବ ଦେଇଥିବାବେଳେ ବିଲହାଟରେ ଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକ ସହାୟତାରେ ମୁଖ୍ୟ ରାସ୍ତାରେ ଷ୍ଟପ ପୋଷ୍ଟ ରଖାଯିବା ପାଇଁ ନିଷ୍ପତି ହୋଇଥିଲା । ଯେଉଁ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ସିସିଟିଭି ଲଗାଇ ନାହାନ୍ତି, ଯଥାଶୀଘ୍ର ଲଗାଇବାକୁ ପରାମର୍ଶ ଦେବା ସହିତ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବିଶେଷ କରି ଲୁଗା , ରେଡ଼ିମେଡ଼ ପୋଷାକ ଆଦି ବିକ୍ରୟ କରୁଥିବା ବ୍ୟବସାୟ ପ୍ରତିଷ୍ଟାନରେ ଅଗ୍ନୀ ନିର୍ବାପକ ସ୍ଥାପନ ପାଇଁ ପରାମର୍ଶ ଦେଇଥିଲେ  ଏବଂ ଅଗ୍ନୀ ନିର୍ବାପକ ସ୍ଥାପନ ପରେ ତାହାକୁ କିପରି ଆବଶ୍ୟକ ସମୟରେ କାର୍ଯ୍ୟରେ ଲଗାଯିବ ସେ ସମ୍ପର୍କରେ ଅଗ୍ନୀଶମ ବିଭାଗ ଦ୍ୱାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ ।  ବିଲହାଟ ରେ ଏକ  ପୋଲିସ୍ ଫାଣ୍ଡି ଖୋଲାଯିବା ପାଇଁ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବକୁ ତ୍ୱରାନ୍ୱୀତ କରି ଦୂର୍ଗାପୂଜା ପୂର୍ବରୁ ତାହାକୁ ଖୋଲାଯିବା ପାଇଁ ମତ ପ୍ରକାଶ ପାଇଥିଲା । ପୋଲିସ୍ ଫାଣ୍ଡି ଖୋଲିଲେ ଉପସ୍ଥିତ ଥିବା ମହମ୍ମଦପୁର ସରପଂଚ ଫାଣ୍ଡି ପାଇଁ ଏକ ଘର ଯୋଗାଇ ଦେବାକୁ ମଧ୍ୟ ନିଜ ଆଡ଼ୁ ପ୍ରତିଶୃତି ଦେଇଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜେନା ଖୁବ ଶୀଘ୍ର ଫାଣ୍ଡି ଖୋଲାଯିବା ନେଇ ପ୍ରତିଶୃତି ଦେଇଥିଲେ । ହେଲେ ଏ ସବୁ ପ୍ରତିଶୃତି ସେହି ପ୍ରତିଶୃତି ରେ ରହିଯାଇଛି । ଇତିମଧ୍ୟରେ ଏକ ବର୍ଷ ସମୟ ଅତିକ୍ରାନ୍ତ ହେବାକୁ ବସିଲାଣି କିନ୍ତୁ ବିଲହାଟରେ ପୋଲିସ୍ ଫାଣ୍ଡି ଖୋଲିପାରିନାହିଁ । ସେହିପରି ଦୁଇ ଚକିଆ ଓ ଚାରି ଚକିଆ ଯାନ ଗୁଡ଼ିକ ରଖିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରାଯାଇ ନାହିଁ, ମୁଖ୍ୟ ରାସ୍ତାରେ ଷ୍ଟପ ପୋଷ୍ଟ ବସାଯାଇନାହିଁ  ଏବଂ ଅଗ୍ନୀ ନିର୍ବାପକ ସ୍ଥାପନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇ ନାହିଁ । ସେହିପରି ଗତ ୨୦୧୬ ମସିହା ଅକ୍ଟୋବର ୧୭ ତାରିଖରେ ଅନୁଷ୍ଠିତ ପୂର୍ବ ବୈଠକରେ ଅଂଚଳରେ ସ୍ଥାପନ କରାଯାଇଥିବା ବ୍ୟାଙ୍କ ଗୁଡ଼ିକ ସେମାନଙ୍କର ଦୃଶ୍ୟ ହେଉଥିବା ସ୍ଥାନରେ ସ୍ଥାନୀୟ ପୁଲିସ୍ ଥାନା, ଫାଣ୍ଡି  ଓ ଥାନା ଅଧିକାରୀ ମାନଙ୍କର ମୋବାଇଲ ନମ୍ବର ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦିଆଯିବା ସହ ବ୍ୟାଙ୍କର ର ଦୃଶ୍ୟ ହେଉଥିବା ସ୍ଥାନରେ ସ୍ଥାନୀୟ ପୁଲିସ୍ ଥାନା, ଫାଣ୍ଡି  ଓ ଥାନା ଅଧିକାରୀ ମାନଙ୍କର ମୋବାଇଲ ନମ୍ବର ପ୍ରଦର୍ଶନ କରିବା ପାଇଁ ସମସ୍ତ ବ୍ୟାଙ୍କ  ପରିଚାଳକ ମାନଙ୍କୁ ପରାମର୍ଶ ଦିଆଯିବା ସହ ଏଟିଏମ କାଉଂଟର ମାନଙ୍କରେ ଜଣକ ପରେ ଜଣେ ଭିତରକୁ ପ୍ରବେଶ ଉପରେ ଗୁରୁତ୍ୱ ଦିଆଯିବା ସହ ଏଟିଏମ କାଉଂଟର ମାନଙ୍କରେ ଭିଡ଼ ଜମାଉଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ କୌଣସି ବ୍ୟାଙ୍କରେ ଥାନା, ଫାଣ୍ଡି ପୋଲିସ ଙ୍କର ଫୋନ୍ ନମ୍ବର ପ୍ରଦର୍ଶିତ କରାଯାଇନାହିଁ । ଏଟିଏମ କାଉଂଟରରେ ଏକାବେଳେ ଗୁଡ଼ିଏ ଲୋକ ଭିତରେ ପଶୁଥିବା ଦେଖାଯାଏ । ଏଥିପ୍ରତି କେହି ଲଗାମ ଲଗାଉନଥିବା ଦେଖାଯାଏ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *