Friday , January 28 2022
Breaking News
Home / ବିଶେଷ / ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି ବନ୍ଦର କର୍ତୃପକ୍ଷ ପ୍ରଥମ ଚରଣରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ସହଯୋଗରେ ଶୁକ୍ରବାର ପତ୍ୟୁଷ ରେ ୪ଟି ବସ୍ ସେବାର ଉଦଘାଟନ କରିଛନ୍ତି । ଏହାର ସମସ୍ତ ଖର୍ଚ୍ଚ ବନ୍ଦର ପ୍ରଶାସନ ବହନ କରିବ ବୋଲି ସୂଚନା ମିଳିଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରଏଙ୍କ ଉପସ୍ଥିତିରେ ଚିଫ୍ ମେକାନିକାଲ ଇଂଜିନିଅର ସରୋଜ କୁମାର ଦାସ ୪ ନମ୍ବର ଫାଟକ ଠାରେ ପତାକା ଦେଖାଇ ଏହି ବସ୍ ର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ବନ୍ଦର ବହୁ ପଦସ୍ଥ ଓ ବରିଷ୍ଠ ଅଧରକାରୀ ମାନେ ଉପସ୍ଥିତ ଥିଲେ । ବନ୍ଦର ୨, ୪ଓ ୫ ନଂ ଫାଟକ ଦେଇ ଏହି ବସ୍ ସେବା ଦିନ ରାତି ୨୪ ଘା ଧରି ଚାଲିବ । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏ କହି ଥିଲେ ଯେ ଆସନ୍ତା ଅକ୍ଟୋବର ଏକ ତାରିଖ ଠାରୁ ନିଷିଦ୍ଧାଂଚଳ ମଧ୍ୟକୁ ୨ ଚକିଆ ଯାନ ଓ ସାଇକେଲ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ କରାଯିବ ଏବଂ ବନ୍ଦର ବ୍ୟବହାର କାରୀ ସଂସ୍ଥା ଓ ଷ୍ଟିଭେଡୋର୍ସ ମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ସେମାନଙ୍କର କର୍ମଚାରୀ ଙ୍କ ପାଇଁ ଚାରି ଚକିଆ ଯାନର ବ୍ୟବସ୍ଥା କରିବା ପାଇଁ । ଏଠାରେ ସୂଚନା ଥାଉକି କର୍ମଚାରୀଙ୍କ ସୁରକ୍ଷା ଓ ଏହି ସେବା ଉପଲବ୍ଧ କରାଇବାରେ ପାରାଦ୍ୱୀପ ବନ୍ଦର ସର୍ବ ଭାରତୀୟ ବୃହତ ବନ୍ଦର ସ୍ତରରେ ପ୍ରଥମ ବନ୍ଦର । ଓଡ଼ିଶା ସମାଚାର

About admin

Check Also

ଲାଲା ଲଜପତ ରାୟଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେଲେ ଭାରତ ବିଶ୍ୱରେ ଶେଷ୍ଠ୍ର ରାଷ୍ଟ୍ରରେ ପରିଣତ ହୋଇ ପାରିବ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଆଦର୍ଶରେ …

Leave a Reply

Your email address will not be published. Required fields are marked *