Thursday , May 26 2022
Breaking News
Home / ବିଶେଷ / ପାଇକା-ଚିତ୍ରୋପôଳା ଦ୍ୱୀପାଂଚଳରୁ ଜଳ ନିଷ୍କାସନ ମୂଖ୍ୟ ସମସ୍ୟା

ପାଇକା-ଚିତ୍ରୋପôଳା ଦ୍ୱୀପାଂଚଳରୁ ଜଳ ନିଷ୍କାସନ ମୂଖ୍ୟ ସମସ୍ୟା

ଗରଦପୁର୧୪/୦୯/୨୦୧୯(ଓଡ଼ିଶା ସମାଚାର)- ବର୍ଷା ଦିନମାନଙ୍କରେ ପାଇକା-ଚିତ୍ରୋପôଳା ଦ୍ୱୀପାଂଚଳରୁ ଉଦବୃତ ବର୍ଷା ଜଳ ଏବଂ ବନ୍ୟା ସମୟରେ ବନ୍ୟା ପାଣି ମହାନଦୀକୁ ନିଷ୍କାସିତ ହେବାରେ ସମସ୍ୟା ଦେଖାଯାଉଛି । ନଦୀମାନଙ୍କରେ ବନ୍ୟା ପାଣି ପ୍ରବାହିତ ହେଲେ ଦ୍ୱୀପାଂଚଳ ମଧ୍ୟରୁ ନଦୀ ମଧ୍ୟକୁ ଉଦବୃତ ଜଳ ନିଷ୍କାସିତ କରା ଯିବା ପାଇଁ ଥିବା ସ୍ଲୁଇସ୍ ଗେଟ୍ ଗୁଡିକ ବନ୍ଦ କରିଦିଆଯାଏ । ଏହା ଦ୍ୱାରା ଦୀର୍ଘ ଦିନ ଧରି ଦ୍ୱୀପାଂଚଳର ଖାଲୁଆ ଥିବା ଚାଷ ଜମିମାନଙ୍କରୁ ଉଦବୃତ ଜଳ ରହିବାରୁ ଏହି ଅଂଚଳ ମଧ୍ୟରେ କରାଯାଇଥିବା ଧାନ ଫସଲ ଓ ବିଭିନ୍ନ ପନିପରିବା ଫସଲ ପାଣିରେ ବୁଡି ରହି ପଚି ସଢି ନଷ୍ଠ ହୋଇଥାଏ । ପାଇକା-ଚିତ୍ରୋପôଳା ଦ୍ୱୀପାଂଚଳ ମଧ୍ୟରେ ରହିଥିବା ଗରଦପୁର ବ୍ଳକର ଚାଷ ଜମି ମାର୍ଶାଘାଇ ବ୍ଳକ ଅଂଚଳ,ମହାକାଳପଡା ବ୍ଳକ ଅଂଚଳ ସହିତ ତିର୍ତୋଲ ବ୍ଳକ ଅଧିନରେ ଥିବା କେତେକ ପଂଚାୟତର ମଧ୍ୟ ଚାଷ ଜମି ରହିଛି । ଏହି ଅଂଚଳରେ ସମ୍ପୃକ୍ତ ଥିବା ବିଭିନ୍ନ ବ୍ଳକ ଅଂଚଳର ମୋଟ ୨୪ ଗୋଟି ପଂଚାୟତର ବ୍ୟାପକ ଚାଷ ଜମି ରହିଛି । ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ଧାରିବିଲ ନିକଟରୁ ବାହାରି ଥିବା ଏକ ଅଶୃଙ୍ଖଳା ଯୋର ମଧ୍ୟ ଦେଇ ପାଇକା-ଚିତ୍ରୋପôଳା ଦ୍ୱୀପାଂଚଳର ଉଦବୃତ ଜଳ ମହାକାଳପଡା ବ୍ଳକ ଅଧିନସ୍ଥ ନୀଳାଚଳ ବଜାର ନିକଟସ୍ଥ କୁଳା ସ୍ଲୁଇସ୍ ଗେଟ୍ ଓ କୋଦାକଣ ସ୍ଲଇସ୍ ଗେଟ୍ ମଧ୍ୟ ଦେଇ ମହାନଦୀକୁ ନିଷ୍କାସିତ କରାଯିବାର ବ୍ୟବସ୍ଥା କରାଯାଇଛି । ପାଟକୁରା ଜଳ-ସମ୍ପଦ ସବ୍-ଡିଭିଜନ ଅଧିନରେ ରହିଥିବା ଏହି ସବୁ ଅଂଚଳର ମୂଖ୍ୟ ସମସ୍ୟା ହେଉଛି ବର୍ଷା ଦିନମାନଙ୍କ ରେ ଉଦବୃତ ଜଳ ନିଷ୍କାସନ । ଉଦବୃତ ଜଳ ନିଷ୍କାସନ କରାଯିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ କୁଳା ଠାରେ ୧୨ଗୋଟି ଗେଟ୍ ବିଶିଷ୍ଟ ଥିବା ସ୍ଲୁଇସ୍ ଗେଟ୍ ,ନିକଟସ୍ଥ ସ୍ଥାନରେ ଗାଡାଗାଡି ଠାରେ ଅନ୍ୟଗୋଟିଏ ଗେଟ୍ ବିଶିଷ୍ଟ ସ୍ଲଇସ୍ ଓ କୋଦାକଣ ଠାରେ ନବ ନିର୍ମିତ ସ୍ଲଇସ୍ ଗେଟ୍ କୁ ପ୍ରଶସ୍ଥ କରାଯାଇ ଥିଲେ ମଧ୍ୟ ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ । ଯାହାକି ଏହି ସବୁ ସ୍ଲଇସ୍ ଗେଟ୍ ଗୁଡିକ ଦ୍ୱୀପାଂଚଳ ମଧ୍ୟରୁ ଉଦ୍ବୃତ ଜଳ ନିଷ୍କାସନ କରା ଯିବା ପାଇଁ ବ୍ୟବସ୍ଥା ରହିଛି । ଏହି ସବୁ ସ୍ଲଇସ୍ ଗେଟ୍ ମଧ୍ୟ ଦେଇ ବର୍ଷା ଦିନମାନଙ୍କରେ ଉଦବୃତ ବର୍ଷା ପାଣି ଓ ବନ୍ୟା ସମୟରେ ଦ୍ୱୀପାଂଚଳରେ ରହିଥିବା ବନ୍ୟା ପାଣି ମଧ୍ୟ ମହାନଦୀକୁ ନିଷ୍କାସିତ ହୋଇଥାଏ । ମାତ୍ର ବନ୍ୟା ସମୟରେ ନଦୀରେ ଅଧିକ ବନ୍ୟା ପାଣି ପ୍ରବାହିତ ହେଲେ,ଦ୍ୱୀପାଂଚଳ ମଧ୍ୟକୁ ବନ୍ୟା ପାଣି ପ୍ରବେଶର ଆଶଙ୍କାରେ ଏହି ସବୁ ସ୍ଲଇସ୍ ଗେଟ୍ ଗୁଡିକ ବନ୍ଦ କରି ଦିଆଯାଇଥାଏ । ଅନ୍ୟ କେତକ ସମୟରେ କେତେକ ଲୋକ ମାଛ ଧରିବା ପାଇଁ ମଧ୍ୟ ସ୍ଲଇସ୍ ଗେଟ୍ ଗୁଡିକୁ ବ୍ୟବହାର କରୁଥିବାରୁ ଦ୍ୱାପାଂଚଳରୁ ଜଳ ନିଷ୍କାସିତ ହେବା ପାଇଁ ସମସ୍ୟାମାନ ଉପୁଜିଥାଏ । ବନ୍ୟା ସମୟରେ ଯଦି ଚିତ୍ରୋପôଳା ନଦୀବନ୍ଧର ଦକ୍ଷିଣ ପାଶ୍ୱର୍ ଓ ପାଇକା ନଦୀବନ୍ଧର ବାମ ପାଶ୍ୱର୍ରେ କୌଣସି ସ୍ଥାନରେ ଘାଇମାନ ସୃଷ୍ଟି ହେଲା ତେବେ ଦ୍ୱାପାଂଚଳ ମଧ୍ୟରେ ରହିଥିବା ଅନ୍ତେଇ, ବଟିରା, ବେରୁହାଁ, ମଙ୍ଗରାଜପୁର, ତାଳସଙ୍ଗା, ବେଡାରୀ, ପଦ୍ମପୁର, ପାଟକୁରା, ପାଖଡ, ଗରଦପୁର, ତଳକୁସୁମା, ବନ୍ତଳା, ତେଣ୍ଡାକୁଡା, ପଳସୁଧା, ତିଖିରି, ଅମେଇପାଳ, ଖୁରୁସିଆ, ପାଟଳିପଙ୍କ, ଟିକରପଙ୍ଗା, ଯଦୁପୁର, ତେରଙ୍ଗା, ଜୟଚନ୍ଦ୍ରପୁର ଓ ତିର୍ତୋଲ ବ୍ଲକ ଅଧିନସ୍ଥ ସମାନ୍ତରାପୁର ପଂଚାୟତ ମାନଙ୍କରେ ବନ୍ୟା ବିଭିଷିକା ସୃଷ୍ଟି ହୋଇ ଅଦ୍ଭୂତପୂର୍ବ କ୍ଷତି ଘଟାଇଥାଏ । ଏହି୨୪ ଗୋଟି ପଂଚାୟତର ଧନଜୀବନ,ବାସଗୃହ ପ୍ରଭୃତି କ୍ଷତି ଘଟୁଥିବାବେଳେ,ପ୍ରାୟ୨୦ ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଥିବା ଚାଷ ଜମିରେ ଫସଲ ମଧ୍ୟ ଧୋଇ ହୋଇଯାଇଥାଏ । ଅନ୍ୟପକ୍ଷରେ ବନ୍ୟା ସମୟରେ ତଳ ଅଂଚଳରେ ଥିବା ଗ୍ରାମଗୁଡିକର କଚ୍ଚା ଘର ସବୁ ପାଣିରେ କ୍ଷତିଗ୍ରସ୍ତ ହେଉଥିବାର ଦେଖାଯାଇଥାଏ । ଦ୍ୱୀପାଂଚଳରୁ ଉଦବୃତ ଜଳ ସ୍ଲଇସଗେଟ୍ ମଧ୍ୟ ଦେଇ ନିଷ୍କାସିତ ହେବାରେ ସମସ୍ୟାମାନ ସୃଷ୍ଟି ହେଉଥିବା ବେଳେ, ବିଗତ ବର୍ଷମାନଙ୍କରେ ସୃଷ୍ଟି ହୋଇଥିବା ବନ୍ୟା ବିପତି ସମୟରେ ଦ୍ୱୀପାଂଚଳର ବନ୍ୟା ପାଣିକୁ ସହଜରେ ମହାନଦୀକୁ ନିଷ୍କାସିତ କରାଇବା ପାଇଁ ସୁବଳା ଠାରେ ନଦୀବନ୍ଧକୁ କଟାଯାଇ ଉଦବୃତ ପାଣିକୁ ମହାନଦୀକୁ ନିଷ୍କାସିତ କରାଯାଇଥାଏ । ଏଣୁ ଦ୍ୱୀପାଂଚଳର ତଳିଆ ଅଂଚଳ ସୁବଳା ଠାରେ ଏକ ବଡ ଧରଣର ସ୍ଲଇସ୍ ଗେଟ୍ ନିର୍ମାଣ କରାଯାଇ ପାରିଲେ,ଦ୍ୱୀପାଂଚଳ ମଧ୍ୟରୁ ଉଦବୃତ ପାଣି ସହଜରେ ନିଷ୍କାସିତ ହୋଇପାରିବ ବୋଲି ଅଂଚଳର ବହୁ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *