Wednesday , October 27 2021
Breaking News
Home / ବିଶେଷ / ଜାତୀୟ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ – ୩୬୯ଟି ମାମଲାର ଫଇସଲା,୧କୋଟି ୯ଲକ୍ଷ,୭୮ହଜାର ଜୋରିମାନା

ଜାତୀୟ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ – ୩୬୯ଟି ମାମଲାର ଫଇସଲା,୧କୋଟି ୯ଲକ୍ଷ,୭୮ହଜାର ଜୋରିମାନା

କେନ୍ଦ୍ରାପଡା, ୧୪/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସିଭିଲ କୋର୍ଟ ପରିସରରେ ଶନିବାର ଜାତୀୟ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ସେହି ଜାତୀୟ ସ୍ତରୀୟ ଲୋକ ଅଦାଲତରେ ମୋଟ ୫୫୬୮ଟି ମାମଲା ମଧ୍ୟରୁ ୩୬୯ଟି ମାମଲାର ବିଚାର କରାଯାଇ ୧କୋଟି ୯ଲକ୍ଷ, ୭୮ହଜାର ୩୧୧ଟଙ୍କା ଆଦାୟ କରାଯାଇଛି । ୧୭୧ଟି ଦେୱାନୀ ମାମଲା ମଧ୍ୟରୁ କେନ୍ଦ୍ରାପଡା ବରିଷ୍ଠ ସିଭିଲଜଜଙ୍କ କୋର୍ଟରେ ୮୯ଟି ବିଚାର ପାଇଁ ନିଆଯାଇଥିବା ବେଳେ ସେଥି ମଧ୍ୟରୁ ୫ଟିର ଫଇସଲା କରାଯାଇ ସେବାବଦକୁ ୧୮ଲକ୍ଷ,୫ହଜାର ୫୯୧ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ କେନ୍ଦ୍ରାପଡା ଅତିରିକ୍ତ ବରିଷ୍ଠ ସିଭିଲଜଜଙ୍କ କୋର୍ଟରେ ୧୩ଟିରୁ ୫ଟିର ବିଚାର କରାଯାଇ ୧୨ଲକ୍ଷ, ୨୧ହଜାର ୬୯୫ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ସେହିପରି କେନ୍ଦ୍ରାପଡା ସିଭିଲଜଜଙ୍କ କୋର୍ଟରେ ୧୭ଟିରୁ ୧୦ଟିର, ପଟ୍ଟାମୁଣ୍ଡାଇ ବରିଷ୍ଠ ସିଭିଲଜଜଙ୍କ କୋର୍ଟରେ ୨୫ଟିରୁ ୧୨ଟି , ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜି ଷ୍ଟ୍ରେଟଙ୍କ କୋର୍ଟରେ ୨୩ଟିରୁ ୧୦ଟି,ଆଳି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜି ଷ୍ଟ୍ରେଟଙ୍କ କୋର୍ଟରେ ୪ଟିରୁ ଗୋଟିଏ ମାମଲାର ବିଚାର କରାଯାଇ ଫଇସଲା କରାଯାଇଥିଲା । ସେହିପରି ୨୨୮ଟି ଫୈାଜଦାରୀ ମାମଲା ବିଚାର ପାଇଁ ନିଆଯାଇଥିବା ବେଳେ ସେଥି ମଧ୍ୟରୁ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ୬୦ଟିରୁ ୧୯ଟିର ବିଚାର କରାଯାଇଥିବା ବେଳେ କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜି ଷ୍ଟ୍ରେଟଙ୍କ କୋର୍ଟରେ ୮ଟିରୁ ୫ଟି,ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜି ଷ୍ଟ୍ରେଟଙ୍କ କୋର୍ଟରେ ୫୫ଟିରୁ ଗୋଟିଏ, ଆଳି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜି ଷ୍ଟ୍ରେଟଙ୍କ କୋର୍ଟରେ ୭୦ଟିରୁ ୧୧ଟିର, ରାଜନଗର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜି ଷ୍ଟ୍ରେଟଙ୍କ କୋର୍ଟରେ ୩୫ଟିରୁ ୨ଟି ମାମଲାର ଫଇସଲା କରାଯାଇଥିଲା । ୨୫ଟି ପାରିବାରିକ ମୋକଦମା ବିଚାର ପାଇଁ ନିଆଯାଇଥିବା ବେଳେ ସେଥି ମଧ୍ୟରୁ ପରିବାର ଅଦାଲତ ଜଜଙ୍କ କୋର୍ଟରେ ୧୩ଟିରୁ ୭ଟିର ଫଇସଲା କରାଯାଇଥିବା ବେଳେ କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟରେ ୨ଟିରୁ ୨ଟିର ଫଇସଲା କରାଯାଇଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜି ଷ୍ଟ୍ରେଟଙ୍କ କୋର୍ଟରେ ୧୦ଟି ମାମଲା ବିଚାର ପାଇଁ ନିଆଯାଇଥିବା ବେଳେ ଗୋଟିଏବି ମାମଲାର ବିଚାର କରାଯାଇପାରିନାହିଁ । ୯୫ଟି ମଟରଯାନ ଦୂର୍ଘଟଣା ମାମଲା ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାଦୈାରାଜଜଙ୍କ କୋର୍ଟରେ ୮୦ ଟି ମାମଲା ବିଚାର ପାଇଁ ନିଆଯାଇଥିବା ବେଳେ ସେଥି ମଧ୍ୟରୁ ୨୦ଟିର ବିଚାର କରାଯାଇ ୩୩ ଲକ୍ଷ ୭୮ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାଜଜଙ୍କ କୋର୍ଟରେ ୧୫ଟିରୁ ୪ଟିର ବିଚାର କରାଯାଇ ଏକଲକ୍ଷ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ପ୍ରାକମୋକଦମା ସ୍ତରୀୟ ୫୦୪୯ଟି ବ୍ୟାଙ୍କ ମାମଲା ମଧ୍ୟରୁ ୨୫୫ଟିର ବିଚାର କରାଯାଇ ୪୪ଲକ୍ଷ,୪୫ହଜାର ୨୫ଟଙ୍କା ଆଦାୟ କରାଯାଇଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି । ଏହିସବୁ ଅଦାଲତ ଗୁଡିକୁ କେନ୍ଦ୍ରାପଡା ଜିଲ୍ଲାଦୈାରାଜଜ ବାସୁଦେବ ପଣ୍ଡା, ପରିବାର ଅଦାଲତ ଜଜ ଅନୀତା ସାହୁ, ଅତିରିକ୍ତ ଜିଲ୍ଲାଜଜ ଏମ.ଆର.ଦୋରା, ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ମହେନ୍ଦ୍ର କୁମାର ସୁତ୍ରଧର, କେନ୍ଦ୍ରାପଡା ବରିଷ୍ଠ ସିଭିଲ ଜଜ ଜ୍ଞାନରଞ୍ଜନ ପଟ୍ଟନାୟକ, ସିଭିଲ କୋର୍ଟ ରେଜିଷ୍ଟ୍ରାର ବିଶ୍ୱରଞ୍ଜନ ବେହେରା, କେନ୍ଦ୍ରାପଡା ଅତିରିକ୍ତ ବରିଷ୍ଠ ସିଭିଲ ଜଜ ପଦ୍ମଲୋଚନ ବଡଜେନା,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ,କେନ୍ଦ୍ରାପଡା ଏସଡିଜେମ ଦିଗବିଜୟ ଦାସ,କେନ୍ଦ୍ରାପଡା ସିଭିଲଜଜ ପ୍ରଜ୍ଞା ପୁଜାପ୍ରଦା, କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସର୍ମିଷ୍ଠା ଜେନା, କେନ୍ଦ୍ରାପଡା ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପାରସ ପାଢୀ, କେନ୍ଦ୍ରାପଡା ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସରିତା ପଣ୍ଡା, କେନ୍ଦ୍ରାପଡା ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜରିନ ଖାନ,ପଟ୍ଟାମୁଣ୍ଡାଇ ବରିଷ୍ଠ ସିଭିଲ ଜଜ ହର ପ୍ରସାଦ ପାଢୀ, ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସାଲୋମି ସାହୁ, ପଟ୍ଟାମୁଣ୍ଡାଇ ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ କିଶୋର କୁମାର କର, ଆଳି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପି. ସିତାଲକ୍ଷ୍ମୀ,ରାଜନଗର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସଂଧାନଜୀତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *