Friday , September 29 2023
Breaking News
Home / ଶିକ୍ଷା / ସ୍ୱତନ୍ତ୍ର ବିଦ୍ୟାଳୟରେ ଶିକ୍ଷକ,କର୍ମଚାରୀ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରୀୟ ସିଲେକସନ କମିଟି ବୈଠକ

ସ୍ୱତନ୍ତ୍ର ବିଦ୍ୟାଳୟରେ ଶିକ୍ଷକ,କର୍ମଚାରୀ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରୀୟ ସିଲେକସନ କମିଟି ବୈଠକ

କେନ୍ଦ୍ରାପଡା ୧୩/୦୯/୨୦୧୯(ଓଡ଼ିଶା ସମାଚାର)- ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ୫୨ଟି ସ୍ୱତନ୍ତ୍ର (ଭିନ୍ନକ୍ଷମ)ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଅନୁମତି (ରେକଗନିସନ) ମିଳିଥିବା ବେଳେ ସେଥି ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ରହିଛି । ଜିଲ୍ଲାରେ ଥିବା ୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ନିମନ୍ତେ  ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ଏକ ଜିଲ୍ଲା ସ୍ତରୀୟ ସିଲେକସନ କମିଟି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେହି ୪ଟି ସ୍ୱତନ୍ତ୍ର ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନଙ୍କ ନିମନ୍ତେ ଯୋଗ୍ୟତା ପରୀକ୍ଷା  ପାଇଁ ଆଜିର ବୈଠକରେ ଏକ ଉପକମିଟି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କରାଯାଇଥିଲା ।  ସେହି ଉପକମିଟି ସରକାରଙ୍କ ନୀତିନିୟମ ଅନୁଯାଇ ଯୋଗ୍ୟତା ଆଧାରରେ ଏବଂ ନିଯୁକ୍ତି ସର୍ତାବଳୀ ପ୍ରଭୃତିକୁ ପରୀକ୍ଷାନିରୀକ୍ଷା କରିସାରିବା ପରେ ଜିଲ୍ଲା ସ୍ତରୀୟ କମିଟିକୁ ରିପୋର୍ଟ ପ୍ରଦାନ କରିବ । ପରବର୍ତୀ ସମୟରେ ଜିଲ୍ଲା ସ୍ତରୀୟ କମିଟିରେ ସେହିତଥ୍ୟ ଉପସ୍ଥାପନ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା  । ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,କେନ୍ଦ୍ରାପଡା ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଶିଶୁ ମଙ୍ଗଳ କମିଟି ସଦସ୍ୟ କିଶୋର କୁମାର ସ୍ୱାଇଁ ଓ ନିମାଇଁ ଚରଣ ମାନସିକ ନୁ୍ୟନତା ସଂସ୍ଥାନର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *