ଭୁବନେଶ୍ୱର, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ବୟସ କମ ଥିବାବେଳେ ସ୍କୁଲ ବ୍ୟାଗର ଓଜନ ପିଲାଙ୍କ ଓଜନଠାରୁ ଅଧିକହୋଇ କୋମଳମତି ସେମାନଙ୍କ ପାଇଁ ବୋଝସାଜୁଛି । ସ୍କୁଲ ପିଲାଙ୍କ ବସ୍ତାନି ବୋଝ ନେଇଆରମ୍ଭ ହୋଇଛି ତତ୍ପରତା । ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ପହଂଚି ସ୍କୁଲପିଲାଙ୍କ ବ୍ୟାଗ ଓଜନ ପରଖୁଥିବା ଜଣାପଡ଼ିଛି ।ସ୍କୁଲ ପିଲାଙ୍କ ବ୍ୟାଗ ଓଜନକୁ କମ କରିବା ଦିଗରେ ଭୁବନେଶ୍ୱରରେ ଗୁରୁବାର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଟିମ ଦୁଇଟି ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟରେ ପହଂଚିଛନ୍ତି । ସେଠାରେ ପହଂଚି ପିଲାଙ୍କ ସ୍କୁଲ ବ୍ୟାଗର ଓଜନ ପରଖିଥିବା ସୂଚନା ମିଳିଛି ।ପିଲାଙ୍କ ସ୍କୁଲ ବ୍ୟାଗ ଯାଂଚ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରିଥିଲେ । ସ୍କୁଲରେ ବସ୍ତାନି ବୋଝ ନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ନୂଆ ନିୟମ ଲାଗୁ କରିବାକୁ ମାସେ ବିତିଲାଣି । ଏହାପରେ କେଉଁ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି କେଉଁଠି ହୋଇନାହିଁ ସେନେଇ ତଦାରଖ କରାଯାଉଛି । ସୂଚନାଯୋଗ୍ୟ ଯେ, ବସ୍ତାନି ବୋଝ ଆଇନ କଡ଼ାକଡ଼ି କରିବାସହ ଜିଲ୍ଲାପାଳମାନେ ସ୍କ୍ୱାର୍ଡ଼ ଜରିଆରେ ତଦାରଖ କରିବାକୁ ଅଗଷ୍ଟ ୨ଠାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଧେଶ ଦେଇଥିଲେ । ବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ ବ୍ୟାଗ ଓଜନ ନେଇ ଗାଇଡ଼ଲାଇନମଧ୍ୟ ଜାରି କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦେଢ କେଜିରୁ କମ ଓଜନ ରହିବ । ତୃତୀୟରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ୨ରୁ ୩କେଜି ବ୍ୟାଗ ଓଜନ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୪କେଜିରୁ କମ ରହିବା ଆବଶ୍ୟକ ବୋଲି ନିର୍ଦ୍ଧେଶ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଓଡ଼ିଶା ସମାଚାର