ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ପୁରୀ କୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଓ ପୁରୀ ଶ୍ରୀ ମନ୍ଦିର ଚତୁପାଶ୍ୱର୍ ର ବିକାଶ ପାଇଁ ବହୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ପୁରୀ ଜିଲାପାଳଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଆଜି ୫ ଜଣ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ହେଉଛନ୍ତି ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତିଭାଷ ଜି , ଶୁଭଙ୍କର ମହାପାତ୍ର, କେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ । ଏହି ୫ ଆଇଏଏସ୍ ଅଧିକାରୀ ୨୦୧୮ ବ୍ୟାଚ ର ଓ ସମସ୍ତେ ଶିକ୍ଷାନବିଶ ଅଟନ୍ତି । ଓଡ଼ିଶା ସମାଚାର