କୋରାପୁଟ, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଟାଉନ୍ ଥାନା ସୁନାପୁର୍ ଅଂଚଳରେ ପସନ୍ଦର ଖାଦ୍ୟ ନଦେବାରୁଉତ୍ୟକ୍ତ ହୋଇ ମଦ୍ୟପ ପୁଅ ନିଜ ମା କୁ ହତ୍ୟା କରିଛି । ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରି ମନ ପସନ୍ଦର ଖାଦ୍ୟ ନମିଳିବାରୁ ବାପା ମା’କୁଗାଳିଗୁଳଜ କରିବା ସହ ନିଜ ମା’କୁ କୋଦାଳରେ ବାଡେଇ ବାଡେଇ ହତ୍ୟାକରିଛି ମନୋଜ ପରଜା(୨୫ବର୍ଷ) ।ପୁଅର ଉନ୍ନତ କାଣ୍ଡ ଦେଖି ବାପା ଶୁକ୍ରୁ ପରଜା ଭୟରେ ଘରୁ ଚାଲିଯାଇଥିଲେ । ରାତିରେ ସେ ଘର ବାହାରେ ଶୋଇଥିଲେ । କୋରାପୁଟ ଟାଉନ ପୁଲିସକୁ ଖବର ଦେବା ପରେ ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସୁନାପୁରରେ ପହଂଚି ମୃତଦେହ ଜବତକରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଶବବ୍ୟବଛେଦ ନିମନ୍ତେ ପଠାଇଥିଲେ ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି ।ପୁଲିସ ଏକ ହତ୍ୟା ମାମଲା ରୁଜୁ କରିହତ୍ୟାକାରୀ ପୁଅକୁ ଗିରଫ କରିଛି । ଓଡ଼ିଶା ସମାଚାର
Check Also
ବାଲି ଟ୍ରକ ଧକ୍କା ଦେବାରୁ ସାଇକେଲ ଆରୋହୀ ଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ନିଶ୍ଚିନ୍ତକୋଇଲି,୨୨/୦୬/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବାଲି ବୋଝେଇ ଟ୍ରକ ଧକ୍କା ଦେବାରୁ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ …