Monday , December 6 2021
Breaking News
Home / ବିଶେଷ / ମଦୁଆ ଗାଡି ଚାଳକ ସାବାଡ଼: ୪ ଗିରଫ

ମଦୁଆ ଗାଡି ଚାଳକ ସାବାଡ଼: ୪ ଗିରଫ

ରାୟଗଡ, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣାବିବେକ ଏମଙ୍କ ନିର୍ଦ୍ଧେଶ କ୍ରମେରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଓ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ମଦୁଆ ଗାଡିଚାଳକଙ୍କୁ ଧରିବା ନିମନ୍ତେ ପୋଲିସ ଜାତୀୟ ରାଜ ପଥର ବିଭିନ୍ନ ସ୍ଥାନରେ ରହି ଗାଡି ଯାଂଚ କରିଥିଲା । ଏଥିରେ ଦୁଇ ଚକିଆ ଓ ଚାରି ଚକିଆ ଗାଡିକୁ ଯାଂଚ କରାଯାଇଥିଲା । ପୋଲିସ ଏହି ଯାଂଚ ସମୟରେ ୧୧୨ ଜଣ ଚାଳକଙ୍କୁ ବ୍ରେଥିଙ୍ଗ ମେସିନରେ ଯାଂଚ କରି ସେଥିମଧ୍ୟରୁ ୪ ଜଣ ଚାଲକ ମଦପିଇଥିବା ଜଣା ପଡିଥିଲା । ପୋଲିସ ସେହି ୪ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସଡକ ଦୁର୍ଘଟଣା ରୋକିବା ନିମନ୍ତେ କେନ୍ଦ୍ର ସରକାର ସାରା ଦେଶରେ ଟ୍ରାଫିକ ବ୍ୟବସ୍ଥାର ପରିବର୍ତନ କରି କଡାକଡି ଭାବେ ପାଳନ କରିବାକୁ ୨୦୧୯ସେପ୍ଟେ ́ର ୧ ତାରିଖ ଦିନ ନିର୍ଦ୍ଧେଶ ଦେଇଥିଲେ । ଏଥିରେ ପୂର୍ବରୁ ଥିବା ଜୋରିମାନାର ଦୁଇଗୁଣା ଅଧିକ ଜୋରିମାନା ଆଦାୟ କରିବା ପାଇଁ ନୂତନ ମୋଟର ଯାନ ଆକ୍ଟର ସଂଶୋଧନ କରିପ୍ରତ୍ୟେକ ରାଜ୍ୟରେ ଏହାକୁ ପାଳନକରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହିଜୋରିମାନାକୁ ନେଇ ରାଜ୍ୟର ଜନସାଧାରଣରେ ଏକ ପ୍ରକାର ବିଦ୍ରୋହ ଦେଖା ଦେଇଥିଲା ଏବଂ ଏହାକୁ ବିରୋଧକରି ବିଭିନ୍ନ ସ୍ଥାନରେ ଉତେଜନାମାନ ପ୍ରକାଶ ପାଇଥିଲା । ଲୋକେ ଯାଂଚ କରୁଥିବା ଅଧିକାରୀଙ୍କ ସହ ଗଣ୍ଡୋଗୋଳ କରିବାକୁ ମଧ୍ୟ ପଛାଇନଥିଲେ । ଏଥିଯୋଗୁଁ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଆସନ୍ତା ୩ମାସ ପାଇଁ ଏହି ଯାଂଚ ପ୍ରକ୍ରିୟାକୁ କୋହୋଳ କରିବାକୁ ନିର୍ଦ୍ଧେଶ ଦେଇକହିଥିଲେ ଯେ, ସମସ୍ତ ଗାଡି ଚାଳକମାନେ ୩ ମାସ ମଧ୍ୟରେ ନିଜ ନିଜରଗାଡିର ସମସ୍ତ କାଗଜପତ୍ର ଗୁଡିକୁସଠିକ କରିବା ସହ ୫ ଗୋଟି ନିୟମକୁପାଳନ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ସେହି ୫ ଗୋଟି ନିୟମ ମଧ୍ୟରେହେଲା ୧) ଦୁଇ ଚକିଆ ଚାଳକ ଗାଡିଚଳାଇବା ସମୟରେ ହେଲମେଟ ବ୍ୟବହାର କରିବେ, (୨) ଗାଡିଚଲାଇବା ସମୟରେ ମୋବାଇଲ ବ୍ୟବହାର କରିବେ ନାହିଁ, (୩)ମଦ୍ୟପାନ କରି ଗାଡି ଚଲାଇବେ ନାହିଁ,(୪) ଦୁଇ ଚକିଆ ଗାଡିରେ ଦୁଇରୁ ଅଧିକ ଲୋକ ବସାଇ ଗାଡି ଚଲାଇବେ ନାହିଁ (୫) ଚାରି ଚକିଆ ଗାଡି ଚଲାଇବା ସମୟରେ ସିଟ ବେଲଟ୍ ବାନ୍ଧି ଗାଡିଚଲାଇବେ । ଏହି ନିୟମକୁ କଡାକଡିଭାବେ ପାଳନ କରିବାକୁ ନିର୍ଦ୍ଧେଶଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ ଆରକ୍ଷୀଅଧିକ୍ଷକ ଡଃ. ସର୍ବଣା ବିବେକ ଏମଙ୍କ ନିର୍ଦ୍ଧେଶରେ ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଓ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ସହରର ବିଭିନ ସ୍ଥାନରେ ରହି ଗାଡି ଯାଂଚ କରିବା ସହ ସୁରକ୍ଷିତ ଭାବେ ଗାଡି ଚଲାଇବା, ଟ୍ରାଫିକ ନିୟମ ମାନି ଗାଡି ଚଲାଇବା ପାଇଁ ସଚେତନ କରିଥିଲେ । ଏହି ଟିମରେ ରାୟଗଡ ଥାନାର ସବ-ଇନିସପେକ୍ଟର ରିଗାନ କିଣ୍ଡୋ, ଟ୍ରାଫିକ ଅଧିକାରୀଏ.ଏସ.ଆଇ ପି. ରାବଣାଙ୍କ ସମେତଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଯାଂଚ ପ୍ରକ୍ରିୟାକୁ ଆଗାମୀଦିନ ମାନଙ୍କରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯିବା ନେଇ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କ ନିକଟରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *