ବିଲହାଟ,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ବିଏସଏନଏଲ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ନେଟ ୱାର୍କ ସମସ୍ୟା ରହୁଥିବାରୁ ଗ୍ରହକ ମାନଙ୍କ ଦାବି ଫଳରେ ମହାନଦୀ – ଚିତ୍ରୋତ୍ପଳା ଦ୍ୱୀପାଂଚଳର ବିଲହାଟ ଠାରେ ଗତ ୧ ବର୍ଷ ରୁ ଉଦ୍ଧ୍ୱର୍ ସମୟ ହେଲା ଏକ ଛୋଟ ଟାୱାର ପ୍ରତିଷ୍ଠା କରାଯାଇଛି । ତେବେ ଏହାକୁ ଚାଲୁ କରାନଯିବା ଫଳରେ ବିଏସଏନଏଲ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ନେଟ ୱାର୍କ ସମସ୍ୟା ଲାଗିରହିଛି । ବିଲହାଟ ବଜାର ଅଂଚଳର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ଏଠାରେ ବିଭିନ୍ନ ଘରୋଇ ମୋବାଇଲ ଫୋନ କମ୍ପାନୀମାନେ ବଡ଼ ବଡ଼ ମୋବାଇଲ ଫୋନ ଟାୱାର ପ୍ରତିଷ୍ଠା କରି ସେମାନଙ୍କ ଗ୍ରାହକ ମାନଙ୍କୁ ଉତମ ସେବା ଯୋଗାଇ ଆସୁଥିବାବେଳେ ବିଏସଏନଏଲ ଏକ ସରକାରୀ ଉଦ୍ୟୋଗ ହୋଇଥିଲେ ମଧ୍ୟ ଗ୍ରାହକମାନଙ୍କୁ ସେବା ଯୋଗାଇବାରେ ଯାଣିଶୁଣି ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ପଚାରିଲେ ଖୁବ ଶୀଘ୍ର ଟାୱାର ଚାଲୁ କରାଯିବ ବୋଲି କହୁଥିବାବେଳେ ବର୍ଷ ବର୍ଷ ଧରି ଟାୱାର କାର୍ଯ୍ୟକ୍ଷମ କରାନଯିବା ପଛରେ ଘରୋଇ କମ୍ପାନୀଙ୍କ ହାତ ଥିବା କୁହାଯାଉଛି । ଏଥିପ୍ରତି ବିଏସଏନଏଲ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର