କଳାହାଣ୍ଡି, ୧୩/୦୯/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଡୁଡୁକାଠେଙ୍ଗା ପଂଚାୟତର କାର୍ଯ୍ୟରତ ଯୋଗାଣ ସହାୟକ ପିଡିଏସ ଚାଉଳ ଚୋରାଚାଲାଣ କରି ଜଣେ ସ୍ଥାନୀୟ ବେପାରୀ ଦିଆଲୁ ନାଗକୁ ବିକ୍ରି କରୁଥିବା ସମୟରେ ହିତାଧିକାରୀମାନେ ୨ ବସ୍ତା ଚାଉଳ ଓ ମୋଟରସାଇକେଲକୁ ଜବତ କରି ଗୋଦାମ ଗୃହରେ ଅଟକ ରଖିଛନ୍ତି । ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ ଯୋଗାଣ ସହାୟକ ଜଣକ ବେପାରୀସାଙ୍ଗରେ ମିଶି ହିତାଧିକାରୀଙ୍କ ନାମରେ ଥିବା କାର୍ଡରେ ଚାଉଳ ଉଠାଇ ବେପାରୀକୁ ୭ କ୍ୱିଂଟାଲଚାଉଳ ପୂର୍ବରୁ ଦେଇଛନ୍ତି ଓ ଶୁକ୍ରବାର ୧ କ୍ୱିଂଟାଲନେଉଥିବାବେଲେ ହିତାଧିକାରୀମାନେ ଅଟକ ରଖି ବିଡିଓ ଓ ପୋଲିସକୁ ଖବର କରିଛନ୍ତି ।
ତେବେ ଆମପାଣି ପୋଲିସ ପହଂଚିଥିଲେ ମଧ୍ୟ କୌଣସି ତଦନ୍ତ ଆରମ୍ଭ ନକରିବା ଓ ବିଡିଓ କିମ୍ବା ଯୋଗାଣ ଅଧିକାରୀ ନଆସିବାରୁ ଉତ୍ୟକ୍ତ ଲୋକମାନେ ପିଇଓ ସହଦେବ ଭଇଁସାଲ, ଯୋଗାଣ ସହାୟକ ଓ ବେପାରୀ ଦିଆଲୁ ନାଗଙ୍କୁ ଗୋଦାମରେ ପୁରାଇ ତାଲା ପକାଇଛନ୍ତି । ପୋଲିସର କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ହିତାଧିକାରୀମାନେ ଆମପାଣି ପୋଲିସ ଫାଣ୍ଡିରେ ପହଂଚି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର