Friday , January 28 2022
Breaking News
Home / ବିଶେଷ / ପାରାଦ୍ୱୀପ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଟ୍ରାଫିକ ନିୟମ ଉପରେ ସଚେତନ କରାଇଲେ ପାରାଦ୍ୱୀପ ଥାନାର ଭାରପ୍ରାପ୍ତ ଅଧିକାରୀ

ପାରାଦ୍ୱୀପ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଟ୍ରାଫିକ ନିୟମ ଉପରେ ସଚେତନ କରାଇଲେ ପାରାଦ୍ୱୀପ ଥାନାର ଭାରପ୍ରାପ୍ତ ଅଧିକାରୀ

ପାରାଦ୍ୱୀପ ,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ରେ ଟ୍ରାଫିକ୍ ସମସ୍ୟା ସୁଧାର ଆଣିବାକୁ ପାରାଦ୍ୱୀପ ଥାନାର ଭାରପ୍ରାପ୍ତ ଅଧିକାରୀ ରଜନୀ କାନ୍ତ ସାମଲ ବିଭିନ୍ନ ପଦକ୍ଷେପ ମାନ ନେଇଥିଲା ବେଳେ ଟ୍ରାଫିକ୍ ନିୟମକୁ ଉଲଂଘନ କରିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ କରି ଦୂର୍ଘଟଣା ରୋକି ପାରିଥିବାରୁ ବିଭିନ୍ନ ମହଲରୁ ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ମିଳୁଛି । ହେଲମେଟ ପିନ୍ଧି ଗାଡି ଚଳାଇବା ଓ ଗାଡି କାଗଜ ପତ୍ର ଠିକ୍ ରଖି ବେପରୁଆ ଭାବେ ଗାଡି ନ ଚଲାଇବା ପାଇଁ ଲୋକଙ୍କୁ ବୁଝାଇବା ସହ ମଦ୍ୟ ପାନ କରି ଗାଡି ନ ଚଲାଇବା ପାଇଁ ସେ ଲୋକ ମାନଙ୍କୁ ମଧ୍ୟ ବୁଝାଇଥିଲେ । ଗୁରୁବାର ପାରାଦ୍ୱୀପ ମହା ବିଦ୍ୟାଳୟର ନୂତନ ଟା୍ରଫିକ୍ ନିୟମ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଦୃତ ଗତିରେ ଗାଡି ନ ଚଳାଇବା ଓ ହେଲମେଟ୍ ପିନ୍ଧି ଗାଡି କାଗଜ ପତ୍ର ଠିକ୍ ଠାକ୍ ରଖି ଗାଡି ଚଲାଇବା ପାଇଁ କହିଥିଲେ । ଯେଉଁ ଛାତ୍ର ଛାତ୍ରୀ ମାନଙ୍କ ଗାଡି ଲାଇସେନ୍ସ ନାହିଁ ସେମାନେ ଗାଡି ଚଳାଇ ପାରିବେ ନାହିଁ । ଯେ ପର୍ଯ୍ୟନ୍ତ ଲର୍ଣ୍ଣିଂ ଲାଇସେନ୍ସ ସେମାନଙ୍କର ହସ୍ତଗତ ନ ହୋଇଛି ସେପର୍ଯ୍ୟନ୍ତ ଗାଡି ନ ଚଲାଇବା ପାଇଁ ସେ କହି ଥିଲେ । ଯେଉଁ ମାନେ ଦୂରରୁ ଆସୁଛନ୍ତି ସେମାନେ ଟ୍ରାଫିକ୍ ନିୟମକୁ ପାଳନ କରିବା ସହ ରାସ୍ତାର ନିୟମକୁ ମାନି ଗାଡି ଚଲାଇବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏପରିକି ଥାନାକୁ ନଆସି ସିଟିଜେନ୍ ପୋ୍ରଟାଲ ମାଧ୍ୟମରେ ଅନଲାଇନ୍ ରେ କେମିତି ଲାଇସେନ୍ସ ଆବେଦନ କରାଯାଇ ପାରିବ ସେ ବିଷୟରେ ଶ୍ରୀ ସାମଲ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । .ହେଲମେଟ୍ ପିନ୍ଧି ଗାଡି ଚଲାଇବା ,ଦୁଇ ଚକିଆ ଗାଡିରେ ତିନି ଜଣ ବସି ଗାଡି ନଚଲାଇବା ,ମୋବାଇଲ ବ୍ୟବହାର କରି ଗାଡି ଚାଳନା ନକରିବା ଓ ମଦ୍ୟ ପାନ କରି ଗାଡି ନଚଲାଇବା ପାଇଁ ଦୃଢତାର ସହ କହିଥିଲେ । ଏହି ପରିକି ଜନ ଗହଳି ପୂର୍ଣ୍ଣ ରାସ୍ତରେ ଗାଡି ଧିରେ ଚଳାଇବା ପାଇଁ ପରାମର୍ଶ ଦେଇଥିଲେ । ଯଦି ଏଥିରେ କେହି ବ୍ୟତିକ୍ରମ କରନ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ରୋକ୍ ଠୋକ୍ କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ମହା ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ ଉତ୍ସବରେ ମା’ମାନେ ଜଳାଭିଷେକ କଲେ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତଅଁରା ପଂଚାୟତର ଶାଳିଜଙ୍ଗାଠାରେ ଥିବା ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ …

Leave a Reply

Your email address will not be published. Required fields are marked *