Thursday , May 26 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ବନ୍ଦର ଦ୍ୱାରା “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ

ପାରାଦ୍ୱୀପ ବନ୍ଦର ଦ୍ୱାରା “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ

ପାରାଦ୍ୱୀପ ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ କାର୍ଯ୍ୟକ୍ରମ ଅନ୍ତର୍ଗତ “ସ୍ୱଚ୍ଛତା ହିଁ ସେବା-୨୦୧୯” ପାରାଦ୍ୱୀପ ବନ୍ଦର ପକ୍ଷରୁ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୧ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗତ ବୁଧବାର ଦିନ ବନ୍ଦର ପ୍ରଶାସନିକ ଭବନ ପ୍ରାଙ୍ଗଣରେ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରଏ ଙ୍କ ତତ୍ୱାବଧାନରେ ଏକ ସ୍ୱଚ୍ଛତା ସଂକଳ୍ପ ସମାବେଶ ହୋଇଥିଲା । ଏଥିରେ ବନ୍ଦରର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସେପ୍ଟେମ୍ବର ୧୧ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବନ୍ଦରର ସମସ୍ତ ଶ୍ରମିକ , କର୍ମଚାରୀ , ଡିପାର୍ଟମେଂଟ , ଡିଭିଜନ ଏବଂ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ “ସ୍ୱଚ୍ଛତା ହିଁ ସେବା” ସଚେତନତା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍କୁଲ ମାନଙ୍କରେ ସ୍ୱଚ୍ଛତା ସଚେତନତା କର୍ମଶାଳା, ଝୁମ୍ପୁଡି ବସ୍ତି ମାନଙ୍କରେ ସଫେଇ କାର୍ଯ୍ୟକ୍ରମ , ବନ୍ଦର ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଡିଜିଟାଲ ପ୍ରଦର୍ଶନୀ ଦ୍ୱାରା ସ୍ୱଚ୍ଛତା ସଚେତନତା ସହିତ ପ୍ଲାଷ୍ଟିକ ୱେଷ୍ଟ୍ ମ୍ୟାନେଜମେଂଟ ଉପରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଏଇଚର୍ ଟ୍ରାକ୍ଟର୍ସ ପକ୍ଷରୁ ପରବର୍ତୀ ପିଢିର କୃଷକଙ୍କ ପାଇଁ ପ୍ରିମିୟମ ରେଞ୍ଜ୍ର ଟ୍ରାକ୍ଟର- ପ୍ରାଇମା ଜି୩ ଉନ୍ମୋଚିତ

. ବିଶ୍ୱସ୍ତରୀୟ ଡିଜାଇନ ସହିତ ପ୍ରିମିୟମ ଷ୍ଟାଇଲିଂ .ଫର୍ମ, ଫିଟ୍ ଓ ଫଙ୍କ୍ଶନ ସହ ପ୍ରଗତିଶୀଳ ଟେକ୍ନୋଲୋଜି .ଉନ୍ନତ ସିଟ୍,ପ୍ରଶସ୍ତ …

Leave a Reply

Your email address will not be published. Required fields are marked *