ଗରଦପୁର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ମହାନଦୀ – ଦ୍ୱୀପାଂଚଳର ଦ୍ୱୀପାଂଚଳର କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ନୟନପୁର ଓ ଜଗତ୍ସିଂହପୁର ଜିଲାର ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର କୁ ସଂଯୋଗ କରୁଥିବା ପାଇକା ସାଇଫନ୍ ଓ ସେତୁ ଗତ ୧୮ଅପ୍ରେଲ ୧୯୯୨ ରେ ଉଦଘାଟିତ ହୋଇଥିଲା । ଇତି ମଧ୍ୟରେ ୨୬ ବର୍ଷ ଅତିକ୍ରମ ହୋଇଯାଇଛି । ବର୍ଷ ବର୍ଷ ଧରି କେନାଲ ର ଶଯ୍ୟାକୁ ଢ଼ଳେଇ କାର୍ଯ୍ୟ କରାଯାଉଥିବାବେଳେ ବିଭାଗୀୟ ଯନ୍ତ୍ରୀମାନେ କାର୍ଯ୍ୟ ସ୍ଥଳକୁ ଆସୁଛନ୍ତି କିନ୍ତୁ ଉକ୍ତ ସାଇଫନ୍ ଟି ବପଦଜନକ ଅବସ୍ଥାରେ ଥିବା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ କରାଯାଉଥିଲେ ମଧ୍ୟ ଯନ୍ତ୍ରୀ ମାନଙ୍କର ସେଥିପ୍ରତି କୌଣସି ଦାୟିତ୍ୱ ନଥିବା ପରି ଦୃଷ୍ଟି ଦେଉନାହାନ୍ତି । ମସଜିଦ ଗଡ଼ାର ଗାର୍ଡ଼ ୱାଲ ନିର୍ମାଣ କରାଯାଇନଥିବାବେଳେ ସାଇଫନ୍ ର ଜାଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏତେବଡ଼ ବଡ଼ କଣା ହୋଇ ଯାଇଛି ଯେ ଗୋଟିଏ ମଣିଷ କିମ୍ବା ପଶୁ ଯଦି ଗଳି ପଡ଼ିବ ସିଧା ଯାଇ ସାଇଫନ୍ ର ପାଣିରେ । ସାଇଫନ୍ ରେ ବର୍ତମାନ ପାଣି ଭର୍ତି ଓ ପ୍ରବଳ ସ୍ରୋତ । ଯଦି କେହି ମଣିଷ କିମ୍ବା ପଶୁ ଜାଲି ରେ ଗଳିପଡ଼ିବ ତେବେ ତାର ମୃତ୍ୟୁ ଅନିବାର୍ଯ୍ୟ । ଏ ସମ୍ପର୍କରେ ଗଣମାଧ୍ୟମରେ ଗତ ଅପ୍ରେଲ ମାସରେ ପ୍ରକାଶ ପାଇଥିଲା କିନ୍ତୁ ପ୍ରକାଶିତ ଖବର ପ୍ରତି ବିଭାଗୀୟ ଯନ୍ତ୍ରୀ ଙ୍କ ଅଣଦେଖା ସ୍ଥାନୀୟ ଜନସାଧାରଣଙ୍କ ଅସନ୍ତୋଷ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି । ଏକ ନୂତନ ଜାଲି ତୁରନ୍ତ ଲଗାଇବା ସହିତ ମସଜିଦ ଗଡ଼ା ନିକଟରେ ଗାର୍ଡ଼ ୱାଲ ନିର୍ମାଣ ପାଇଁ ସାଧାରଣ ରେ ଦାବି ହେଉଛି । ଓଡ଼ିଶା ସମାଚାର