Friday , October 22 2021
Breaking News
Home / ବିଶେଷ / ପଟ୍ଟାମୁଣ୍ଡାଇ ପାଇଁ ୧୦ କୋଟି

ପଟ୍ଟାମୁଣ୍ଡାଇ ପାଇଁ ୧୦ କୋଟି

ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ପରିମଳବ୍ୟବସ୍ଥାର ପୁନରୁଦ୍ଧାର କରାଯିବା ପାଇଁ ଏକମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି, ଯେଉଁଥିରେ୧୦ କୋଟି ଟଙ୍କା ବିନିମୟରେ ମାର୍ଶାଘାଇଡ୍ରେନେଜ ଡିଭିଜନ ଜରିଆରେ ଗୋବରୀଡ୍ରେନେଜ୍ କଟ୍ର ପୁନରୁଦ୍ଧାର କରାଯିବ ବୋଲି ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରସର୍ବାଙ୍ଗୀନ ଉନ୍ନତି ପାଇଁ ଲୋକସେବା ଭବନଠାରେ ଆୟୋଜିତ ସମୀକ୍ଷା ବୈଠଳରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ,ପଟ୍ଟାମୁଣ୍ଡାଇ ବଜାରସ୍ଥିତ ପୋଲ ଠାରୁ ବକତାରପୁର ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନଟିକେନ୍ଦ୍ରାପଡ଼ା ପୂର୍ତ ବିଭାଜନ ଜରିଆରେ ନିର୍ମାଣ କରାଯିବ ଓ ୨୦ଟି ୱାର୍ଡରେ ଥିବା ସଂଯୋଗୀକରଣ ଡ୍ରେନ ଗୁଡ଼ିକ ପୌରପରିଷଦ ଜରିଆରେ ହେବ । ପଟ୍ଟାମୁଣ୍ଡାଇ ଐଚ୍ଛିହ୍ୟସମ୍ପନ୍ନ କଚେରୀ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଓୟୁଡିଆଇ ଫଣ୍ଡ ରୁ ୧.୫ କୋଟି ମଞ୍ଜୁର କରାଯିବାକୁ ବୈଠକରେ ନିଷ୍ପତି ହୋଇଥିଲା ।ସେହିଭଳି ଯଜ୍ଞ ପଡ଼ିଆରେ ବହୁତଳ ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ୩ କୋଟି, ସ୍ମାର୍ଟ ପାର୍କ ନିର୍ମାଣପାଇଁ ୧.୫ କୋଟି ସ୍ମାର୍ଟ ଶ୍ମଶାନ ପାଇଁ ୭୫ଲକ୍ଷ ଟଙ୍କା ମଞ୍ଜୁର ପାଇଁ ନିଷ୍ପତିି ନିଆଯାଇଥିଲା । ପୌର ପରିଷଦର ନୂଆ ଗୃହ ନିର୍ମାଣ, ବସ୍ତି ନିକଟରେ ପରେଡ଼୍ ପଡ଼ିଆର ଉନ୍ନତିକରଣ,ପଟ୍ଟାମୁଣ୍ଡାଇ ବଜାର ଚତୁପାଶ୍ୱର୍ରେ ରିଙ୍ଗରୋଡ୍ ନିର୍ମାଣ, ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଓ୨୦ଟି ଯାକ ୱାର୍ଡରେ କଂକ୍ରିଟ୍ ରାସ୍ତା ନିର୍ମାଣପାଇଁ ବୈଠକରେ ନିଷ୍ପତି ଦେବା ସହ ଡିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଆସନ୍ତାସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଅଳଭା ଜଳବିଶୋଧନାଗାର ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ଯ୍ୟଶେଷ କରି ଅକ୍ଟୋବର ପ୍ରଥମ ସପ୍ତାହରେ ମନ୍ତ୍ରୀ ଲୋକାର୍ପଣ କରିବା ପାଇଁ ବୈଠଳରେ ନିଷ୍ପତିି ଗ୍ରହଣ କରାଯାଇଥିଲା । ବୈଠକରେ ରଜନଗର ବିଧାୟକ ଧ୍ରୁବସାହୁ, ପୌର ପ୍ରଶାସନ ନିର୍ଦ୍ଧେଶକ ସଂଗ୍ରାମଜିତ ନାୟକ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ବସନ୍ତକୁମାର ରାଉତ, ପଟ୍ଟାମୁଣ୍ଡାଇ ପୌରପରିଷଦର ନିର୍ବାହୀ ଯନ୍ତ୍ରୀ ସମ୍ପଦ ସ୍ୱାଇଁ,ତହସିଲଦାର ଶରତ ଗିରି, ଜନସ୍ୱାସ୍ଥ୍ୟା,ଡ୍ରେନେଜ ଓ ପୂର୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନଙ୍କ ସମେତ ପୌର ପରିଷଦର ବରିଷ୍ଠ ନେତୃବୃନ୍ଦ କିଶୋର କୁମାର ସାହୁ,ଖଗେଶ୍ୱର ଲେଙ୍କା, ହେମନ୍ତ କୁମାର ସାହୁ, ମିଟୁ ମନୋଜ ନାୟକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *