Friday , October 22 2021
Breaking News
Home / ବିଶେଷ / ଦେବାଳାୟକୁ ସୁନ୍ଦର ଗଛ ଅଭିଯାନ ଉଦଘାଟିତ : ଶହେଗୋଟି କୂଅ କି ପୋଖରୀ ଖୋଳିଲେ ଯେତିକି ପୂଣ୍ଣ୍ୟ ଗୋଟିଏ ଗଛ ଲଗାଇଲେ ସେତିକି ପୂଣ୍ଣ୍ୟ

ଦେବାଳାୟକୁ ସୁନ୍ଦର ଗଛ ଅଭିଯାନ ଉଦଘାଟିତ : ଶହେଗୋଟି କୂଅ କି ପୋଖରୀ ଖୋଳିଲେ ଯେତିକି ପୂଣ୍ଣ୍ୟ ଗୋଟିଏ ଗଛ ଲଗାଇଲେ ସେତିକି ପୂଣ୍ଣ୍ୟ

ନିରାକାରପୁର, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରେରଣା ଏବଂ ଗ୍ରୀନନେଟୱାର୍କ ଅନୁଷ୍ଠାନର ମିଳିତ ସହଯୋଗରେ ଭୁଷଣ୍ଡପୁର ନିକଟସ୍ଥ ଉଗ୍ରତାରା ପୀଠରେ ଦେବାଳୟକୁ ସୁନ୍ଦରଗଛ ଅଭିଯାନ ଉଦଘାଟିତ ହୋଇଯାଇଛି । ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ‘ପ୍ରେରଣା’ର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଆମ ଧର୍ମ,ସଂସ୍କୃତି,ପୁରାଣ ଓ ବେଦରେ ବୃକ୍ଷ ପୂଜାର ପରମ୍ପରା ବହୁଳ ଭାବେ ରହିଛି । ଶହେଟି କୂଅ କିମ୍ବା ପୋଖରୀ ଖୋଳିଲେ ଯେତିକି ପୂଣ୍ଣ୍ୟ ହୁଏ ଗୋଟିଏ ଗଛ ଲଗାଇଲେ ତା ଠାରୁ ଅଧିକ ପୂଣ୍ଣ୍ୟହୁଏ ବୋଲି ସେ କହିଥିଲେ । ସେହିପରି ବେଲ ,ତୁଳସୀପତ୍ର ଆଦି ମହାଦେବ ଓ ବିଷ୍ଣୁଙ୍କ ପ୍ରସାଦ ଭାବେ ପୂଜା କରାଯାଏ । ଏତଦ ବ୍ୟତିତ ଗଛ ମନ୍ଦିର ପରିସରରେ ଶୋଭାବର୍ଦ୍ଧନ କରୁଥିବାରୁ ପ୍ରତ୍ୟେକ ନିଜ ଗାଁ ଦେବାଳୟ ପରିସରରେ ଗଛ ଲଗାଇବାକୁ ଶ୍ରୀଯୁକ୍ତ ଶ୍ରୀଚନ୍ଦନ ପରାମର୍ଶ ଦେଇଥିଲେ । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉରାୟ,କନ୍ତଳବାଇ ସରପ ଗୋବିନ୍ଦ କୁମାର ରାଉରାୟ,ସମାଜସେବୀ ଜିତେନ୍ଦ୍ର କୁମାର ସାହୁ,ଆଶିଷ ବରିସଲ ପ୍ରମୁଖ  ବକ୍ତ୍ୟବ ପ୍ରଦାନ କରି ବେଦଠାରୁ ବିଜ୍ଞାନ ପର୍ଯ୍ୟନ୍ତ ବୃକ୍ଷରୋପଣ ଉପରେ କିପରି ଗୁରୁତ୍ୱ ଦିଆଯାଉଛି ତାହା ଦର୍ଶାଇଥିଲେ । ଏହି ଅବସରରେ ଅତିଥିମାନେ ତଥା ମନ୍ଦିର ପୂଜକମାନେ ବୃକ୍ଷରୋପଣ କରିଥିଲେ । ଏଥି ସହିତ ଦେବୀ ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କୁ ବେଲ,ଲିମ୍ବ, ବଉଳ,ବର,ଓସ୍ତ ଆଦି ଗଛଚାରା ବନ କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *