Friday , October 29 2021
Home / ବିଶେଷ / ତାଲିମ ପ୍ରତିଷ୍ଠାନକୁ ରାଜସ୍ୱ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ – ଅଧିକାରୀଙ୍କୁ ମନ୍ତ୍ରୀ ଦେଲେ ୫-ଟି ମନ୍ତ୍ର

ତାଲିମ ପ୍ରତିଷ୍ଠାନକୁ ରାଜସ୍ୱ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ – ଅଧିକାରୀଙ୍କୁ ମନ୍ତ୍ରୀ ଦେଲେ ୫-ଟି ମନ୍ତ୍ର

ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକବିଧି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାପାଇଁ ୫-ଟି ମନ୍ତ୍ରକୁ ବିନିଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିନିଜ ବିଭାଗ ଅଧୀନସ୍ଥ ରାଜସ୍ୱ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ । ଓଡ଼ିଶା ପ୍ରଶାସନିକ ସେବା ତଥା ଓ ଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀ ମାନଙ୍କ ସହିତ ମନ୍ତ୍ରୀ ମତ ଓ ତଥ୍ୟ ବିନିମୟ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ର ଆଧାରରେ ନିଷ୍ଠା ଓ ଦାୟିତ୍ୱର ସହ କର୍ତବ୍ୟ ସମ୍ପାଦନ କରିବାପାଇଁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେବା ସହସରକାରୀ ସେବାରେ ୫-ଟି ମନ୍ତ୍ର ପ୍ରୟୋଗଉପରେ ପ୍ରଶିକ୍ଷଣ ଦେଇଥିଲେ ।ଅଧିକାରୀମାନେ ସେମାନଙ୍କର କାର୍ଯ୍ୟରେ ଦଳଗତ ପରିଚାଳନା, ବୈଷୟିକ ଜ୍ଞାନକୌଶଳ, ସ୍ୱଚ୍ଛତା ଓ ସମୟାନୁବର୍ତିତାପ୍ରୟୋଗ କରି କାର୍ଯ୍ୟଧାରାରେ ଏକ ମାନବିକ ଦୃଷ୍ଟିଭଙ୍ଗୀ ମୂଳକ ରୂପାନ୍ତ ରଣ ଆଣିବା ସହିତ ପ୍ରଶାସନ ଓ ସେବା ବିତରଣ ବ୍ୟବସ୍ଥାକୁ ୫-ଟି ପର୍ଯ୍ୟବସିତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେହିପରି ଏହି ପରିଦର୍ଶନ ଅବସରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମଓ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇଥିଲେ । ଆପାତକାଳୀନ ଆବଶ୍ୟକତା ଯଥା ପ୍ରାକୃତିକ ବିପର୍ଯ୍ୟୟ ଓ ଆଇନଶୃଙ୍ଖଳା ଅବସ୍ଥାର ସୁପରିଚାଳନାରେ ନିଜର ସାମର୍ଥ୍ୟ ପ୍ରମାଣ କରିବା ପାଇଁ ଅଧିକାରୀମାନେ ନିଜକୁ ଶାରୀରିକ ଭାବେସୁସ୍ଥ ରଖିବା ପାଇଁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେଇଥିଲେ ।ବଂଶଧାରା ପ୍ରକଳ୍ପ, ଭୂମି ଅଧିକାର ସମେତ ବିଭିନ୍ନ ପ୍ରମାଣପତ୍ର ଯୋଗାଇଦେବା ନିମନ୍ତେ ଇ-ମୁ୍ୟଟେସନ୍, ଇ-ରେଜିଷ୍ଟ୍ରେସନ୍ ଓ ସର୍ଭିସ୍ପ୍ଲସ୍ ପରି ବୈଷୟିକ ପ୍ରୟୋଗ ଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଅଧିକାରୀ ମାନେ କାର୍ଯ୍ୟ କଲେ ଶୀଘ୍ର ବିଭିନ୍ନ କାର୍ଯ୍ୟ ସମ୍ପାଦିତହୋଇପାରିବ ଓ ଜନସାଧାରଣଙ୍କୁ ଉତମ ଓ ସ୍ୱଚ୍ଛ ପ୍ରଶାସନର ସୁଫଳ ଉପଲବ୍ଧ ହେବବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଉଲ୍ଲେଖ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *