Sunday , October 1 2023
Home / ବିଶେଷ / ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଆସନ୍ତା ଅକ୍ଟୋବର ପହିଲାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ  ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ କମିଟିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନାଗରିକ ସୁରକ୍ଷା ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି  ନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରପ୍ରସାର କରାଯିବା ସହିତ ଜିଲ୍ଲାରେ ଥିବା ଓଲଡ ଏଜ ହୋମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଥିଲେ ।  ଏତଦଭିନ୍ନ ପ୍ରତ୍ୟେକ ମାସର ପ୍ରଥମଦିନ ଅବସରପ୍ରାପ୍ତ ବରିଷ୍ଠ ନାଗରିକମାନଙ୍କ ପେନସନ ପ୍ରଦାନ ସମ୍ପର୍କରେ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବାସହ ସେହି ଶିବିରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ  ଉପଜିଲ୍ଲାପାଳଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।  ଅକ୍ଟୋବର ପହିଲାରେ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସ୍ତରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା  ଅନୁଷ୍ଠିତ ହେବା ସହ  ଉତ୍ସବ ପାଳନ କରାଯିବ  ଓ   ଜିଲ୍ଲା ସ୍ତରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ମଧ୍ୟ ଆୟୋଜନ କରାଯିବା ପାଇଁ  ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର  ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ବରିଷ୍ଠ ନାଗରିକ ନିରଞ୍ଜନ ସାହୁ,କରୁଣାକର ଦାସ,ଅମରବର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *