ଭୁବନେଶ୍ୱର, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଦି ଇନଷ୍ଟିଚୁ୍ୟଟ୍ ଅଫ୍ କଷ୍ଟ୍ ଆକାଉଂଟାଟ୍ସ୍ ଅଫ୍ ଇଣ୍ଡିଆ(ଆଇ.ସି.ଏ.ଆଇ)ଭୁବନେଶ୍ୱର ଚାପ୍ଟର, ଟ୍ୟାକ୍ସ ରିସର୍ଚ୍ଚ ବିଭାଗ ଓ ସିଜିଏସ୍ଟି ଭୁବନେଶ୍ୱର ଜୋନ ମାନଙ୍କର ମିଳିତ ଉଦ୍ୟମରେ ସିଏମ୍ଏ ଭବନରେ “ଜିଏସଟି – ଆନୁଆଲ ରିଟର୍ଣ୍ଣ”ଶୀର୍ଷକଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ୨୦୦ ରୁ ଊଦ୍ଧ୍ୱର୍ କଷ୍ଟ୍ ଆକାଉଂଟାଂଟ ଓ ଅଂଶୀଦାରମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଆଲୋଚନାଚକ୍ରଟିକୁ ବିଜୟ କୁମାର କର ଉଦଘାଟନ କରିବା ସହିତ ଅଂଶ ଗ୍ରହଣକାରୀମାନଙ୍କୁ ଜିଏସଟି – ଆନୁଆଲ ରିଟର୍ଣ୍ଣର ସରଳୀକରଣ ଉପରେ ଆଲୋକପାତ କରିଥିଲେ । ଶ୍ରୀବାସ ନାଥ, ଆସିଷ୍ଟାଂଟ କମିଶନର, ସମ୍ମାନନୀୟ ଅତିଥିଭାବେ ଯୋଗଦାନ କରି ଅଂଶଗ୍ରହଣକାରୀମାନଙ୍କୁ ଜି.ଏସ୍.ଟି. – ଆନୁଆଲ ରିଟର୍ଣ୍ଣ ଉପରେ ମାର୍ଗଦର୍ଶନ ଦେଇଥିଲେ । ସି.ଏମ୍.ଏ ଶିବପ୍ରସାଦ ପାଢ଼ୀ, ପ୍ରାକ୍ଟିସିଂ କଷ୍ଟ୍ ଆକାଉଂଟାଂଟ୍ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ରଖାଯାଇଥିବା ବିଷୟବସ୍ତୁ ଉପରେ ସବିଶେଷ ବାଖ୍ୟା କରିଥିଲେ । ସିଏମ୍ଏନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ସଭ୍ୟ ତଥା ଅଧ୍ୟକ୍ଷ, ପରୋକ୍ଷ କର, ଆଇ.ସି.ଏ.ଆଇ ଅନୁଷ୍ଠାନର ଜିଏସ୍ଟିଉପରେ ନେଇଥିବା ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସି.ଏମ୍.ଏଶକ୍ତିଧର ସିଂହ, ଅଧ୍ୟକ୍ଷ, ଭୁବନେଶ୍ୱର ଚାପ୍ଟର ସ୍ୱାଗତ ଭାଷଣ ଦେଇଥିବା ବେଳେ ଉକ୍ତ ଚାପ୍ଟରପ୍ରଫେସନାଲ ଡ଼େଭେଲପମେଂଟ କମିଟିର ଅଧ୍ୟକ୍ଷ ସି.ଏମ୍.ଏ ମୁକେଶ ଚୌବେ, ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ । ସି.ଏମ୍.ଏ ହିମୋଜ ମିଶ୍ର, ଚାପ୍ଟରର ସମ୍ପାଦକ ଧନ୍ୟବାଦ ଭାଷଣ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର