Saturday , December 4 2021
Home / ଶିକ୍ଷା / ଛାତ୍ରଙ୍କୁ ବିଦ୍ୟାଳୟରେ ତାଲା ପକାଇବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଛାତ୍ରଙ୍କୁ ବିଦ୍ୟାଳୟରେ ତାଲା ପକାଇବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ପ୍ରଥମ ଶ୍ରେଣୀର ପଢ଼ୁଥିବା ଜଣେ ଛାତ୍ର ପାଇଖାନା ଯାଇଥିବାବେଳେ ବିଦ୍ୟାଳୟରେ ତାଲା ପକାଯିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଘଟଣାଟି ମଠସାହି ଉପ୍ରା ବିଦ୍ୟାଳୟରେ ଘଟିଥିଲା । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଭୋଇ ସାହି ଅଂଚଳର ବାଙ୍ଗୁରୁ ସିଂଙ୍କ ପୁତ୍ର ଅମର ସିଂ(୫) ଅପରାହ୍ନ ୪ଟା ବେଳେବିଦ୍ୟାଳୟ ପରିସରସ୍ଥ ପାଇଖାନାକୁ ଯାଇଥିଲେ । ଏହ ସମୟରେ ବିଦ୍ୟାଳୟ ଛୁଟି ହୋଇଯିବା ସହ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଅନ ଗେଟ୍ ରେ ତାଲାପକାଇ ଘରକୁ ଚାଲି ଯାଇଥିଲେ । ଅମର ପାଇଖାନାରୁ ବାହାରି ଶେଣୀ ଗୃହ ସମେତ ବିଦ୍ୟାଳୟ ଗେଟ୍ ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ତେବେ ବିଦ୍ୟାଳୟର ଉଚ୍ଚ ପାଚେରୀ ଥିବା ଯୋଗୁଁ ସେ ବାହାର ରାସ୍ତାକୁ ଦେଖିପାରୁ ନଥିଲେ । ସେଇଠାରେ ବସି କାନ୍ଦିଥିଲେ । ତାଙ୍କର କାନ୍ଦଣା ଶୁଣି ପାଚେରୀ ଅପରପାଶ୍ୱର୍ ରାସ୍ତରେ ଦୋକାନ ଖୋଲିଥିବା ଜଣେ ଗୁପଚୁପ୍ ଦୋକାନୀ କୌଣସିମତେ ଅମରକୁ ଠାବ କରିଥିଲେ ।ସ୍ଥାନୀୟ ଲୋକଙ୍କୁ କହିବା ପରେ ଲୋକମାନେ ବିଦ୍ୟାଳୟ ପିଅନକୁ ଡକାଇ ତାଲା ଫିଟାଇବା ପରେ ଅମର ବାହାରକୁ ଆସିଥିଲେ । ଏହାକୁ ନେଇ ଅମରର ବାପା ବାଙ୍ଗୁରୁ ସିଂ ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ । ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମହାପାତ୍ର ଏଥିରେ ଅସନ୍ତୋଷପ୍ରକାଶ କରିବା ସହ ତାଙ୍କୁ କହିଥିଲେ କି କେତେ ପିଲାଙ୍କୁ ଆମେ ଜଗିବୁ । କେବଳ ପିଲାଙ୍କୁ ଜଗିବୁ ନା ପାଠ ପଢ଼ାଇବୁ? ଏମିତି କେତେପିଲା ବିଦ୍ୟାଳୟରେ ରହି ଯା’ନ୍ତି ଓ ପରବର୍ତୀ ସମୟରେ ବାହାରକୁ ଆସନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । ପ୍ରଧାନଶିକ୍ଷୟିତ୍ରୀଙ୍କର ଏହି ଆଚରଣକୁ ନେଇ ବାଙ୍ଗୁରୁ ସିଂଙ୍କ ସମେତ କିଛି ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଏସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଶିକ୍ଷାଧିକାରୀ ପ୍ରମୋଦକୁମାର ଷଡ଼ଙ୍ଗୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛିି । ଆଗାମୀଦିନରେ ଏଭଳି ତ୍ରୁଟି ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ବୁରୁଦ୍ଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ

ଢେଙ୍କାନାଳ, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ଜଣ …

Leave a Reply

Your email address will not be published. Required fields are marked *